Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଗଡ଼ର ଗ୍ରାମରେ ପୋଲିସ,ଓକିଲ ଓ ସାମ୍ବାଦିକଙ୍କୁ ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୫/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଅନ୍ତର୍ଗତ ଗଡର ଗ୍ରାମରେ ପୋଲିସ,ଓକିଲ ଓ ସାମ୍ବାଦିକଙ୍କୁ ନେଇ ସାଇବର କ୍ରାଇମ କୁ ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ l ଭାରତ ବର୍ଷ ଯେତେ ବେଳେ ଡିଜିଟାଲ ଆଡ଼କୁ ଗତି କରୁଛି ସାଇବର ଅପରାଧ ଓ ଅପରାଧିଙ୍କ ଦୌରାତ୍ମ୍ୟ ସେତେ ବଢି ଚାଲିଛି । ସେହି ଅପରାଧକୁ ରୋକିବା ଓ ଜନସାଧାରଣଙ୍କୁ ସଚେତନ କରିବାପାଇଁ ରା.ଉଦୟଗିରି ଥାନା ଅନ୍ତର୍ଗତ ଗଡ଼ର ଗ୍ରାମ ବାସୀଙ୍କ ଦ୍ଵାରା ଆର.ଉଦୟଗିରି ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଚି । ମାସର ପ୍ରତ୍ୟେକ ରବିବାର ଦିନ ବିଭିନ୍ନ ବିଭାଗ ଓ ଅନୁଷ୍ଠାନର ମୁଖ୍ୟ କର୍ମକର୍ତ୍ତାଙ୍କୁ ନେଇ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ରବିବାର ଦିନ ମଧ୍ୟ ଗ୍ରାମ ବାସୀଙ୍କ ଦ୍ଵାରା ଏହି ସଚେତନତା କାର୍ଯ୍ୟକ୍ରମ ପୋଲିସ ବିଭାଗ,ଓକିଲ ଓ ସାମ୍ବାଦିକଙ୍କୁ ନେଇ ସାଇବର ଅପରାଧକୁ ପ୍ରତିହତ କରିବା,ମୌଳିକ ସୁବିଧାର ବ୍ୟବସ୍ଥା ଓ ବିଭିନ୍ନ ସମସ୍ୟା ଉପରେ ସଚେତନତା ଏବଂ ତାହାର ପ୍ରତିକାର ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆର.ଉଦୟଗିରି ଥାନା ସବ-ଇନିସପେକ୍ଟର ସୁନିଲ କୁମାର ସେଠୀ,ବାବୁଲା ରାଉଳ , ଏଏସ ଆଇ ତାରିଣୀ ପାଢ଼ୀ ,ଓକିଲ ଦୁର୍ଯ୍ୟୋଧନ କରଡ଼ା ,ମୋହନା ପ୍ରେସ କ୍ଳବ୍ ସଭାପତି ପଞ୍ଚାନନ ଦାଶ ,ସାମ୍ବାଦିକ ବାବୁଲା ସେଠୀ ,ସାମ୍ବାଦିକ ସୀମା ପୂଜାରୀ ,ସାମ୍ବାଦିକ ତ୍ରିପତି ବିଶୋଇ ରତ୍ନ ,ସାମ୍ବାଦିକା ବର୍ଷାରାଣୀ ମହାଙ୍କୁଡ ,କୁନି ବୈଜ୍ଞାନିକ ସମୀର ପ୍ରଧାନି ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଲୋକେ କିଭଳି ଭାବେ ସାଇବର ଅପରାଧୀ ମାନଙ୍କ ଠାରୁ ଶୋଷଣର ଶୀକାର ନ ହେବେ, କିବଳି ନିଜେ ସଚେତନ ରହିବା ସହ ଅନ୍ୟ ମାନଙ୍କୁ ସଚେତନ କରିବେ ସେ ସଂପର୍କରେ ଏସ. ଆଇ ସୁନିଲ ସେଠୀ ଲୋକମାନଙ୍କୁ ବୁଝାଇଥିଲେ । ଆଇନଯିବୀ ଶ୍ରୀକରାଡ଼ ମଧ୍ୟ ସାଇବର ଠକାମୀର ଶିକାର ହେଲେ କଣ କରିବେ ଆଉ ସେଥିପାଇଁ ଆଇନରେ କଣ କଣ ଧାରା ରହିଛି ତା ଉପରେ ଆଲୋକପାତ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଶ୍ରୀ ଦାଶ ଲୋକମାନେ ଅଧିକ ଆର୍ଥିକ ଲୋଭର ବଶବର୍ତ୍ତୀ ହୋଇ ଓ ଅପରିଚୟ ଲୋକଙ୍କୁ ଠTP ନମ୍ବର ଦେଇ କିଭଳି ଠକାମୀର ଶୀକାର ହେଉଛନ୍ତି ସେ ବିଷୟରେ କହିଥିଲେ। ପରିଶେଷରେ କୁନି ବୈଜ୍ଞାନିକ ସମୀର ଉଦ୍ଭାବନ କରିଥିବା ବିଭିନ୍ନ ଜନହିତକର ଜିନିଷ ଗୁଡ଼ିକ ଲୋକମାନଙ୍କ କାମରେ କିପରି ଆସିବ ଓ ସାହାଯ୍ୟ କରିବ ତାହାର ଡ଼େମୋ ଉପସ୍ଥିତ ଜନତାଙ୍କୁ ଦେଖାଇଥିଲେ। ଏହି କାର୍ଯ୍ୟ କ୍ରମକୁ ଗ୍ରାମର ୱାର୍ଡ ସଭ୍ୟ ମୋହନ ବଡ଼ନାୟକ, ସମ୍ପାଦକ ଦଣ୍ଡପାଣି ମାଝୀ ଓ ମନ୍ଦିର ପୂଜକ ରଘୁନାଥ ଦାଶ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗଡ଼ର ଗ୍ରାମବାସୀ ସଚେତନ ହେବାସହ ଆଗାମୀ ଦିନରେ କୌଣସି ଲୋକ ସାଇବର ଅପରାଧର ଶିକାର ହୋଇପାରିବେନି ବୋଲି ମତପ୍ରକାଶ ପାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ