ପାରଳାଖେମୁଣ୍ଡି ର ୨ କୃତୀ ପ୍ରତିଯୋଗୀ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ପାଇବେ


ପାରଳାଖେମୁଣ୍ଡି:୮/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ୨ ଜଣ କୃତୀ ପ୍ରତିଯୋଗୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହେବେ ବୋଲି ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଭୁବନେଶ୍ଵରରେ ଅନୁଷ୍ଠିତ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଆୟୋଜିତ ୪୪ ତମ ଜାତୀୟ ଶିଶୁ ମହିଳା ମହୋତ୍ସବରେ ପାରଳାଖେମୁଣ୍ଡି ମିରାକେଲ୍ ଡ୍ୟାନ୍ସ ଷ୍ଟୁଡିଓର ୧୧ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏଥିରେ ଅନ୍ୟ ରାଜ୍ୟ ସମେତ ଓଡ଼ିଶାରୁ ୭୦୦ସ ନୃତ୍ଯ ଓ ସୂନ୍ଦରୀ ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ସମସ୍ତଙ୍କୁ ପଛରେ ପକାଇ ପାରଳାଖେମୁଣ୍ଡିର ଦୁଇ ପ୍ରତିଯୋଗୀ ସଲୋନୀ ପଣ୍ଡା ସୂନ୍ଦରୀ ପ୍ରତିଯୋଗିତା ଓ ଅନନ୍ୟା ପ୍ରଧାନ ନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ପାରଳାଖେମୁଣ୍ଡି ପାଇଁ ଗୌରବ ଆଣିଛନ୍ତି। ଏହି ଦୁଇ ଇଜଣ ଛାତ୍ରୀଙ୍କୁ ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବନ୍ଧିତ କରିବା ସହ ପୁରସ୍କାର ପ୍ରଦାନ କରିବେ ବୋଲି ନୃତ୍ୟ ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି |