Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଟୁଙ୍ଗୁରୁ ଗ୍ରାମ ନିକଟସ୍ଥ ଦୁର୍ଗମ ପାହାଡ଼ରେ ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା

ପାରଳାଖେମୁଣ୍ଡି:୯/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଟୁଙ୍ଗୁରୁ ଗାଁରେ ପାହାଡ଼ ଉପରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଚୈତନ୍ୟ ମଣ୍ଡଳ (୬୫) ଓ ତାଙ୍କ ପତ୍ନୀ ଇରାଜନୀ ମଣ୍ଡଳ (୬୨)। ଉଭୟ ପାହାଡ଼ ଶିଖରରେ କୁଡ଼ିଆ କରି ରହିବା ସହ ଚାଷବାସ କରି ପେଟ ପୋଷୁଥିଲେ | ଖବର ପାଇ ଆର, ଉଦୟଗିରି ଥାନା ପୁଲିସ ଓ ସନ୍ଧାନୀ କୁକୁର ସହ ସାଇଣ୍ଟଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ। ସୂଚନା ଅନୁସାରେ, ଟୁଙ୍ଗୁରୁ ଗାଁକୁ ଲାଗି ରହିଥ‌ିବା ଏକ ପାହାଡ଼ ଉପରେ କୁଡ଼ିଆରେ ରହୁଥିଲେ ଚୈତନ୍ୟ ଓ ଇରଜାନୀ ଗାଁରେ ରହୁଛନ୍ତି ତାଙ୍କର ଦୁଇ ପୁଅ ଓ ଦୁଇ ଝିଅଙ୍କ ପରିବାର | ବୁଧବାର ସକାଳେ ପୁଅ ଇସ୍‌ମାଇଲ କୁଡ଼ିଆ ଠାରୁ କିଛି ଦୂରରେ ବାପା ଚୈତନ୍ୟ ଏବଂ କୁଡ଼ିଆ ଭିତରେ ମାଆ ଇରାଜାନୀଙ୍କ ମୃତଦେହ ପଡ଼ିଥିବା ଦେଖୁଥିଲେ। ମୃତଦେହଠାରୁ କିଛି ଦୂରରେ ଚପଲ, ଗୋଡ଼ର ମୁଦୀ, ସିଗାରେଟ୍ ପଡ଼ିଥିବାଦେଖ‌ିବାକୁ ମିଳିଥିଲା | ଖବର ପାଇ ପାରଳାଖେମୁଣ୍ଡି ଏସ୍‌ଡିପିଓ ମାଧବ ନାୟକ ହତ୍ୟାକାଣ୍ଡସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ତହସିଲଦାର ଜ୍ୟୋତିର୍ମୟ ଦାସଙ୍କ ଉପସ୍ଥିତିରେ ମୃତଦେହ ଜବତ ହୋଇଛି। ମୃତକଙ୍କ ପୁଅ ଯକ୍ଷ ମଣ୍ଡଳଙ୍କ ଏତଲା କ୍ରମେ ଆର ଉଦୟଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି। ଗୁଣିଗାରେଡ଼ି କିମ୍ବା ଟଙ୍କା ଲୁଟ୍ ଘଟଣା ନେଇ କେହି ଉଭୟଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ହନୁମାନ ପଇସା କାରବାରକୁ ନେଇ ମଧ୍ୟ ହତ୍ୟା ହୋଇଥାଇ ପାରେ ବୋଲି ଆଲୋଚନା ହେଉଛି । ତେବେ ମୃତ ଚୈତନ୍ୟ ମଣ୍ଡଳ ଚେରମୂଳି ଔଷଧ ଦେଉଥ‌ିବା ବେଳେ ଅର୍ଥ କାରବାର ତଥା ସୁନାବନ୍ଧକ ରଖି ହାତ ଉଧାର ଦେବା କାରବାର ମଧ୍ୟ କରୁଥିଲେ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ଆର.ଉଦୟଗିରି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories