Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦୀର୍ଘ ବର୍ଷ ଧରି ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି କଲେଜ ଓ ସଂସ୍କୃତ କଲେଜର ସରକାରୀ ଜମି ଜବରଦଖଲ କରୀଙ୍କ ହାତରୁ ସରକାର ଉଦ୍ଧାର କରିବେ କେବେ

ପାରଳାଖେମୁଣ୍ଡି:୯/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ଏବଂ ସଂସ୍କୃତ ମହାବିଦ୍ୟାଳୟ ଭଳି ଦୁଇଟି ଶିକ୍ଷାନୁଷ୍ଠାନର ପ୍ରାୟ ୨୧ଏକର ଜମି ଦୀର୍ଘ ଦିନ ହେଲା ଜବରଦଖଲରେ ରହିଛି । ବର୍ତ୍ତମାନ ସରକାରଙ୍କ ନିଷ୍ପତ୍ତି ଅନୁଯାଇ ସରକାରୀ ଜମିରେ ସମସ୍ତ ପ୍ରକାର ଜବରଦଖଲ ହଟାଯିବ. ସେ ଜମି ଏବେ ମକ୍ତ ହେବ ତ? ପ୍ରଶାସନ ଏବଂ ବିଭାଗୀୟ କର୍ତ୍ତୃପକ୍ଷ ପଦେକ୍ଷପ ନେବେ ତ? ପାରଳାଖେମୁଣ୍ଡି ସହରରେ ରହିଛି ଦୁଇଟି ଶତାୟୁ ମହାବିଦ୍ୟାଳୟ। ବହୁ ପୁରାତନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ସଂସ୍କୃତ ମହାବିଦ୍ୟାଳୟ। ଦୀର୍ଘ ବର୍ଷ ହେଲା କଲେଜ ଜମି ଜବରଦଖଲରେ ରହିଛି । ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ୪ ଏକର ଜମି ଓ ସଂସ୍କୃତ ମହାବିଦ୍ୟାଳୟର ୧୭ଏକର ଜମି ଜବରଦଖଲକାରୀଙ୍କ ଜବଜାରେ ରହିଛି। ଏନେଇ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ଅତିଶୀଘ୍ର ସେ ସବୁ ଜମି ଜବର ଦଖଲକାରୀଙ୍କ କବବଜାରୁ ମୁକୁଳିବ କଲେଜର ଅଧ୍ୟକ୍ଷ ଆଶା ରଖିଛନ୍ତି ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି. ରାଜ୍ୟ ସରକାର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କଲେଜ ଜମିରେ ବସ୍ତି ଗଢ଼ି ଉଠିଛି । ତେଣୁ ଏହାକୁ ଉଚ୍ଛେଦ କରାଯିବ ନା ନାହିଁ ବୋଲି ପ୍ରଶ୍ନ ଉଠିଛି। ସଂସ୍କୃତ ମହାବିଦ୍ୟାଳୟ ଜମି ଚିହ୍ନଟ କରି ନିଲାମ କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି କଲେଜ କର୍ତ୍ତୃପକ୍ଷ। କଲେଜର ଉନ୍ନତି ପାଇଁ ନିଲାମ ଟଙ୍କା ଖର୍ଚ୍ଚ କରିବାକୁ ପରାମର୍ଶ ଦେଇଛନ୍ତି । ବର୍ଷ ବର୍ଷ ଧରି କଲେଜ ଜମି ଜବରଦଖଲକାରୀଙ୍କ କବଜାରେ ରହିବା ପ୍ରଶାସନିକ ଅବହେଳା ଏବଂ ରାଜନୈତିକ ଆଗ୍ରହର ଅଭାବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ପାରଳାଖେମୁଣ୍ଡିର ଏହି ଦୁଇ ଶିକ୍ଷାନୁଷ୍ଠାନର ଜମି କିଭଳି ଏବଂ କେବେ ମୁକ୍ତ ହେବ ତାକୁ ଅପେକ୍ଷା କରାଯାଇଛି।

More Stories