Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାର କାଶୀନଗରରେ ବଂଶଧାରା ନଦୀର ବାଲିଘାଟ ଲିଜ ନେଇ ଜନଶୁଣାଣି ସମାପ୍ତ

ପାରଳାଖେମୁଣ୍ଡି:୧୧/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳ ଦେଇ ପ୍ରବାହିତ ବଂଶଧାରା ନଦୀର ବାଲି ନିର୍ମାଣ କାର୍ଯ୍ୟ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିବାରୁ ଦିନକୁ ଦିନ ତାର ଚାହିଦା ବଢ଼ିବାରେ ଲାଗିଛି । ବାଲିଘାଟ ଲିଜ୍ ନେବାକୁ ଅଧିକରୁ ଅଧିକ ବ୍ୟବସାୟୀ ଆଗ୍ରହ ପ୍ରକାଶ କରୁଛନ୍ତି | ଚଳିତ ବର୍ଷ ବୁଦୁରା ପଞ୍ଚାୟତ ଅନ୍ତର୍ଗତ କିତ୍ତାଙ୍ଗି ବାଲିଘାଟ ନିଲାମ କରାଯାଇଥିବା ବେଳେ ନାରାୟଣ ବିଶ୍ୱାଳ ନାମକ ଜଣେ ବ୍ୟବସାୟୀ ଉକ୍ତ ନିଲାମ ଧରିଥିବା ଜଣାପଡ଼ିଛି। ଏ ଅବସରରେ ଉଲ୍ଲିଖୂତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନସାଧାରଣଙ୍କ ତରଫରୁ ରେମ୍ପକୁ କେନ୍ଦ୍ର କରି ଅଭିଯୋଗ ଅଛି କି ନାହିଁ ଜାଣିବା ପାଇଁ ଶୁକ୍ରବାର ଦିନ ଏକ ନ ଜନଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା ।କାଶୀନଗର ତହସିଲଦାର ଅଶୋକ କୁମାର ପ୍ରଧାନ, ଗଜପତି ଜିଲ୍ଲା ସହକ ସହକାରୀ ଖଣି ଅଧୂକାରୀ ପ୍ରିୟବ୍ରତ ସାହୁ ଓ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧୂକାରୀଙ୍କ ଉପସ୍ଥିତିରେ ହୋଇଥ‌ିବା ଜନଶୁଣାଣି ବେଳେ କୌଣସି ଅଭିଯୋଗ ଅଧୂକାରୀମାନଙ୍କ ହସ୍ତଗତ ହୋଇ ନ ଥିଲା ମାତ୍ର ଦୁଇ ଘଣ୍ଟା ଅଢେଇ ଘଣ୍ଟା । ଭିତରେ କାର୍ଯ୍ୟକ୍ରମ ଶେଷ କ୍ରମ ଶେଷ ହୋଇଥ‌ିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l