Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀ ରାଜନୀତିରେ ବ୍ୟସ୍ତ, ସେପଟେ କାଶ୍ମୀରରେ ଫାଇଦା ଉଠାଇଲେ ଆତଙ୍କବାଦୀ: ‘ସାମନା’

ମୁମ୍ବାଇ: ନିକଟରେ ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଉଦ୍ଧବ ଠାକରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜନୈତିକ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲେ, ସେତେବେଳେ ଆତଙ୍କବାଦୀ ଏହାର ଫାଇଦା ଉଠାଇଛନ୍ତି।

ଉଦ୍ଧବ ନିଜର ପାର୍ଟିର ମୁଖପତ୍ର ‘ସାମନା’ର ସଂପାଦକୀୟରେ ଏହି ଟିପ୍ପଣୀ କରିଛନ୍ତି। ଏହି ଆତଙ୍କୀ ଆକ୍ରମଣକୁ ୨୦୧୯ରେ ଘଟିଥିବା ପୁଲଓ୍ଵାମା ଆକ୍ରମଣ ପରେ ସବୁଠୁ ଭୀଷଣ ଆତଙ୍କୀ ହମଲା କୁହାଯାଉଛି। ଏଥିରେ ପାଞ୍ଚ ଯବାନ ସହିଦ ହୋଇଛନ୍ତି।

ସଂପାଦକୀୟରେ କୁହାଯାଇଛି ଯେ, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବି ଘାଟିରେ ହିଂସା ଜାରି ରହିଛି ଏବଂ ସେଠାରେ ଏବେ ମଧ୍ୟ ଅଶାନ୍ତ ମାହୋଲ ଲାଗି ରହିଛି। ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିଜର ରାଜନୈତିକ କାର୍ଯ୍ୟରେ ବ୍ୟସ୍ତ ରହିଲେ, ସେପଟେ ଆତଙ୍କବାଦୀ ଏହାର ଫାଇଦା ଉଠାଇଲେ।

ପ୍ରଧାନମନ୍ତ୍ରୀ ପାକିସ୍ତାନ ସହିତ ଯୁଦ୍ଧର ଭାଷା କହୁଛନ୍ତି, କିନ୍ତୁ ଚୀନ କଥା ଆସିଲେ ତାଙ୍କୁ ଗୌତମ ବୁଦ୍ଧଙ୍କ ଶାନ୍ତିର କଥା ମନେ ପଡୁଛି। ସଂପାଦକୀୟରେ କେନ୍ଦ୍ରୀୟ ଏଜେନ୍ସିକୁ ଟାର୍ଗେଟ୍ କରି ଉଦ୍ଧବ କହିଛନ୍ତି, ଦେଶର ଏଜେନ୍ସି ମୋଦୀ-ଶାହଙ୍କ ହତିଆର ଭାବେ କାମ କରୁଛନ୍ତି। ଏମିତି ଲାଗୁଛି ଆତଙ୍କବାଦୀ ଏମାନଙ୍କୁ ଭୟ କରୁନାହାନ୍ତି ବୋଲି ‘ସାମନା’ର ସଂପାଦକୀୟରେ ଉଲ୍ଲେଖ ରହିଛି।

More Stories