Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଣିପେଣ୍ଠ ଗ୍ରାମ ସ୍ଥିତ ନିୟତି ସ୍କୁଲ ପରିସର ରେ ୭୮ ତମ ସ୍ଵାଧୀନତା ଦିବସ ପାଳିତ

ପାରଳାଖେମୁଣ୍ଡି:୧୭/୮(ଗରୁଡ଼ ଧ୍ଵଜ ହୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ରଣିପେଣ୍ଠା ଗ୍ରାମ ସ୍ଥିତ ନିୟତି ସ୍କୁଲ୍ ପରିସରରେ ୭୮ ତମ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି ନୀୟତି ସ୍କୁଲ ର ଅଧକ୍ଷା ସ୍ୱେହଲତା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପିଲା ମାନଙ୍କ ଆରୋଗ୍ୟ କାମନା କରିଥିଲେ ।ଏହି ଅବସରରେ ଦେଶପାଇଁ ପ୍ରାଣବଳୀ ଦେଇଥିବା ସ୍ଵାଧୀନତା ସଂଗ୍ରାମୀ ଓ ଦେଶର ସହିଦ ଯବାନ ମାନଙ୍କ ସ୍ମୃତିଚାରଣ କରି ସେମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ବର୍ତ୍ତମାନର ଯବାନ ମାନଙ୍କୁ ସେଲୁଟ ଜଣାଇଥିଲେ ।
କୋଷାଧ୍ୟକ୍ଷ ଶ୍ରୀ ଲୋକନାଥ ମିଶ୍ର ଏହି ପବିତ୍ର ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଶ ପାଇଁ ଆଜିର ଯୁବ ସମାଜ ଆଗେଇବା ଆସିବା ଦରକାର ବୋଲି କହିଥିଲେ ।ବିନୋଦିନୀ ବିଜ୍ଞାନ ମହା ବିଦ୍ୟାଳୟର ଅଧକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଙ୍କ ପରିଚାଳନା ରେ ମହାବିଦ୍ୟାଳୟ ର ଛାତ୍ରୀ ମାନେ ଦେଶାତ୍ମବୋଧକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ ।ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ଖଟୁଆ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ସୁନିତ୍ ଗମାଙ୍ଗ ଓ ଜୟା ଆମ୍ମା ପରିଚାଳନାରେ ସହଯୋଗ କରିଥିଲେ ।