Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣାରେ ‘ତନିସ୍କ’ର ନୂଆ ଶୋରୁମ୍ ଉଦଘାଟିତ : ଆସନ୍ତା ତିନିଦିନ ପାଇଁ ରହିବ ଆକର୍ଷଣୀୟ ଅଫର

କଳାହାଣ୍ଡି, ୩୦/୦୮ -ଭାରତର ସର୍ବବୃହତ ତଥା ଟାଟା ପରିବାର ପ୍ରାୟୋଜିତ ଅଳଙ୍କାର ରିଟେଲ ବ୍ରାଣ୍ଡ ତନିସ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ୧୬ତମ ଆକର୍ଷଣୀୟ ଅଳଙ୍କାର ସୋରୁମ ଉଦଘାଟିତ ହୋଇଯାଇଛି । ଏହି ଭବ୍ୟ ଉଦଘାଟନୀ ସମାରୋହରେ ତନିସ୍କର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ତଥା ଟାଇଟନ କମ୍ପାନୀ ଲିମିଟେଡ଼ର ସୋମପ୍ରଭ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ତନିସ୍କର ସର୍କଲ ବ୍ୟବସାୟ ମ୍ୟାନେଜର ଅରିନ୍ଦମ ପରମାଣିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୋରୁମ ଉଦଘାଟନ କରିଥିଲେ। ଭବାନୀପାଟଣା ସୋରୁମର ବ୍ୟବସାୟିକ ମୁଖ୍ୟ ପ୍ରତୀକ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଉଦଘାଟନୀ ସମାରୋହ ଅବସରରେ ସୋରୁମ ପକ୍ଷରୁ ବିଭିନ୍ନ ଆକର୍ଷଣୀୟ ଅଫର ଗୁଡ଼ିକ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏପରିକି ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଗ୍ରାହକମାନେ ପ୍ରତ୍ୟେକ କ୍ରୟ ଉପରେ ଏକ ମାଗଣା ସୁନା ମୁଦ୍ରା ପାଇପାରିବେ ବୋଲି ସୂଚନା ଦିଆଯାଇଛି। ସହରର କେନ୍ଦ୍ରସ୍ଥଳ ତଥା ୨୬ ନମ୍ବର ଜାତୀୟ ରାଜପଥ ମାଣିକେଶ୍ୱରୀ ଛକ ନିକଟରେ ୪ ହଜାର ବର୍ଗଫୁଟ ମଧ୍ୟରେ ଏହି ସୋରୁମ୍ ତନିସ୍କର ପ୍ରତିଷ୍ଠିତ ଡିଜାଇନଗୁଡିକର ବିଶେଷ ସଂଗ୍ରହ ରଖାଯାଇଛି। ସୁନା, ହୀରା ଆଦିର ଭଳିକି ଭଳି ଡିଜାଇନ ସବୁ ଏଠାରେ ଉପଲବ୍ଧ ରହିଛି। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସିଂ କହିଛନ୍ତି, ଭବାନୀପାଟଣାରେ ନୂତନ ସର୍ବଶ୍ରେଷ୍ଠ ସୋରୁମ ଉଦଘାଟନ କରି ଆମେ ଉତ୍ସାହିତ । ଭାରତର ବହୁମୂଲ୍ୟ ଅଳଙ୍କାର ବ୍ରାଣ୍ଡ ତନିସ୍କ ନିଜର ମୂଲ୍ୟବାନ ଗ୍ରାହକଙ୍କ ପାଇଁ ଅତୁଳନୀୟ ସେବା ଏହି ସମ୍ପ୍ରସାରଣ ଦ୍ୱାରା ଏକ ମନୋରମ ସପିଂ ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରତିଶୃତିବଦ୍ଧ। ଏହି ସୋରୁମରେ ସୁନା, ହୀରା ସହିତ ଆଧୁନିକ ଶୈଳୀର ଅନେକ ସଂଗ୍ରହ ରହିଛି, ଯାହା ଆମ ଗ୍ରାହକଙ୍କର ପ୍ରତ୍ୟେକ ଚାହିଦା ପୂରଣ କରିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି।

More Stories