Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

‘ଡେଥ ଜୋନ’ ବେହେରା ପୋଲରେ ଓଲଟିଲା କୋଇଲା ବୋଝେଇ ଟ୍ରକ

କଳାହାଣ୍ଡି,୦୧/୦୯-କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଡେଥ ଜୋନ କୁହାଯାଉଥିବା କିଡିଙ୍ଗ ନିକଟସ୍ଥ ବେହେରା ପୋଲରେ ଭାରସାମ୍ୟ ହରାଇ ଏକ କୋଇଲା ବୋଝେଇ ଟ୍ରକ ଓଲଟି ପଡିଛି। ବେହେରାପୋଲରେ ଥିବା ବୁଲାଣି ଭାରୀଯାନଗୁଡ଼ିକ ପାଇଁ ମରଣଯନ୍ତା ପାଲଟିଥିବାବେଳେ ଦିନାତିଦିନ ଏହି ପୋଲ ଓ ବୁଲାଣିରେ ଦୁର୍ଘଟଣା ଘଟୁଛି। ଆଜି ଅପରାହ୍ନ ୩. ୩୦ ମିନିଟ ସମୟରେ ଛତିଶଗଡରୁ କୋଇଲା ବୋଝେଇ କରି ବିଶାଖାପାଟଣା ଯାଉଥିବା ଏକ ଟ୍ରକ ବୁଲାଣି ଯୋଗୁଁ ଭାରସାମ୍ୟ ହରାଇ ଓଲଟିପଡିଛି। ଏଥିରେ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଖବର ପାଇ ସିକେରକୁପା ପୁଲିସ ପକ୍ଷରୁ ଫାଣ୍ଡି ଅଧିକାରୀ ମୀନକେତନ ଶବର, ପୁଲିସ କର୍ମଚାରୀ ଗୋକୁଳ ସାହୁ, ବିଶ୍ୱନାଥ ମହଲା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି।