Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଗମ ଅଡ଼ାଖୁ ଗାଁରେ ଡାଇରିଆ ପ୍ରକୋପ : ୩ ମୃତ, ୧୧ ଆକ୍ରାନ୍ତ, ୧ ଗୁରୁତର

କଳାହାଣ୍ଡି,୦୧/୦୯ -କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭୁର୍ଟିଗଡ଼ ପଞ୍ଚାୟତର ଦୁର୍ଗମ ଅଡାଖୁ ଗାଁରେ ଦେଖିବାକୁ ମିଳିଛି ଡାଇରିଆ ରୋଗର ପ୍ରକୋପ। ଗତ ଚାରିଦିନ ମଧ୍ୟରେ ଗାଁର ଦାନୁରୀ ମାଝୀ ନାମକ ଜଣେ ମହିଳା ଓ ସସ୍ମିତା ମାଝୀ ନାମକ ଜଣେ ୭ ବର୍ଷ ବୟସର ବାଳିକାଙ୍କ ମୃତ୍ୟୁ ଘଟିଛି। ସେହିପରି ଆଜି ସକାଳୁ ଗାଁର ରତନୀ ମାଝୀ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏବେ ଗାଁର ନନ୍ଦିନୀ ମାଝୀ, ସୁତୁରି ମାଝୀ, ପାଙ୍ଗାଡୁ ମାଝୀ, କୋବି ମାଝୀ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ଜାଲିଦେଇ ମାଝୀ ନାମକ ଜଣେ ମହିଳା ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି। ସେହିପରି ରାମପାରୁଣୁ ମାଝୀ, ନିବେନ୍ଦ୍ର ମାଝୀ, ଶୁଭଶ୍ରୀ ମାଝୀ, ଯୁଗେଶ୍ୱର ମାଝୀ, ତତଲୀ ମାଝୀ, ସୁକାନ୍ତି ମାଝୀ, ମନୁ ମାଝୀ ଏବେ ଡାଇରିଆ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ହରିଶଙ୍କର ପାତ୍ର, ବ୍ଲକ ସମିତି ସଭ୍ୟ ସଙ୍ଘର ସଭାପତି ଜଗଦୀଶ ବେନିଆ ପ୍ରମୁଖ ପ୍ରଭାବିତ ଗାଁ ପରିଦର୍ଶନ କରି ସ୍ଥିତି ସମ୍ପର୍କରେ ବିଧାୟକଙ୍କୁ ଜଣାଇଛନ୍ତି। ସେହିପରି ବିଧାୟକଙ୍କ ନିର୍ଦ୍ଦେଶରେ ଆଜି ଏକ ମେଡିକାଲ ଟିମ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଟିମ ଗାଁକୁ ପରିଦର୍ଶନ କରିଛନ୍ତି। ଗାଁରେ ଏବେ ବି ଭୟର ବାତାବରଣ ଲାଗି ରହିଛି। ତେବେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି ବୋଲି ମେଡିକାଲ ଅଫିସର ଡା. ଭବାନୀଶଙ୍କର ଲେଙ୍କା କହିଛନ୍ତି।

More Stories