Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା ଧମକ

ଉତ୍ତରପ୍ରଦେଶ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା ଧମକ । ଅପରାଧୀ ଜଣଙ୍କ ୧୧୨ ଡାଏଲ କରି ସିଏମ୍‌ଙ୍କୁ ଦେଇଛି ଜୀବନରୁ ମାରି ଦେବାର ଧମକ ଦେଇଛି । ୟୁପି ପୁଲିସ୍‌ ଏ ନେଇ ଏକ ମାମଲା ରୁଜୁ କରିଛି। ଏହାସହିତ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି। ୟୁପି ଏସଟିଏଫ ସମେତ ଆହୁରି ବହୁ ଏଜେନ୍ସି ଏହି ଘଟଣାର ଖୋଳତାଡ଼ କରିବା ଆରମ୍ଭ କରିଛନ୍ତି ।

ଗତ ୨୩ ତାରିଖରେ ୧୧୨ ମୁଖ୍ୟାଳୟର ସୋସିଆଲ ମିଡିଆ ହ୍ୱାଟ୍ସ ଆପ୍‌ ଡେସ୍କକୁ ଧମକପୂର୍ଣ୍ଣ ମେସେଜ ଆସିଥିଲା। ଏହି ମେସେଜରେ ‘ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଖୁବ୍‌ ଶୀଘ୍ର ମାରିଦେବି’ ବୋଲି ଲେଖାହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ମିଳିବା ପରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି। ସ୍ବତନ୍ତ୍ର ଟେକ୍ନିକାଲ ଟିମ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

More Stories