Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୋଲିଲା କେଦାରନାଥ ଧାମ

ନୂଆଦିଲ୍ଲୀ: ଖୋଲିଲା କେଦାରନାଥ ଧାମ । ଆଜି ସକାଳୁ ରୀତିନୀତି ଅନୁସାରେ ସମ୍ପର୍ଣ୍ଣ ହୋଇଛି ବାବାଙ୍କ ପୁଜାର୍ଚ୍ଚନା। ବିଦ୍ଧି ଅନୁସାରେ କେଦାରନାଥ ପୀଠର ଦ୍ବାର ଖୋଲାଯାଇଛି । ବାବାଙ୍କ ପୀଠରେ ଭକ୍ତଙ୍କ ବହୁଳ ସମାଗମ ଦେଖିବାକୁ ମିଳିଥିଲା। ପାରମ୍ପାରିକ ବାଦ୍ୟ ବାଜୁଥିଲା। ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପୀଠ। ମନ୍ଦିରକୁ ୨୦ କୁଇଣ୍ଟାଲ ଫୁଲରେ ସୁସଜ୍ଜିତ କରାଯାଇଥିଲା।

ବାବାଙ୍କ ଦ୍ବାର ଫିଟା ନୀତି ପାଇଁ ସକାଳ ୫ଟାରୁ ହିଁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ସୋମବାର ସନ୍ଧ୍ୟାରୁ କେଦାରନାଥ ପୀଠକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜ୍ଜା ଯାଇଥିଲା । ମନ୍ଦିର ଦ୍ବାର ଫିଟା ନୀତି ବେଳକୁ ପ୍ରାୟ ୮ ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଗତ ୭୨ ଘଣ୍ଟା ଧରି ଉତ୍ତରାଖଣ୍ଡରେ ବରଫପାତ ଜାରି ରହିଥିବାରୁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ଅଟକି ରହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ