Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟପାଳମାନଙ୍କୁ ସମ୍ଵିଧାନର ପାଠ ପଢାଇଲେ ଏସ୍‌ସି, କହିଲେ-ବିଧେୟକକୁ ଝୁଲାଇ ରଖ ନାହିଁ

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ପକ୍ଷରୁ ପଠାଯାଉଥିବା ବିଧେୟକଗୁଡିକୁ ରାଜ୍ୟପାଳଙ୍କୁ ତୁରନ୍ତ ମଞ୍ଜୁର ଦେବା ଉଚିତ୍ କିମ୍ବା ଅସହମତି ସ୍ଥିତିରେ ତତ୍କାଳ ଫେରାଇ ଦେବା ଉଚିତ୍। ବିଧେୟକଗୁଡିକୁ ଝୁଲାଇ ରଖିବାର କୌଣସି କାରଣ ନାହିଁ। ସୁପ୍ରିମକୋର୍ଟ ସୋମବାର ରାଜ୍ୟପାଳଙ୍କ କାର୍ଯ୍ୟଶୈଳୀକୁ ନେଇ ଏହି ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ତେଲେଙ୍ଗାନା ସରକାର ରାଜ୍ୟପାଳ ଟି ସୁନ୍ଦରରାଜନଙ୍କ ଦ୍ଵାରା ବିଧେୟକ ଉପରେ ନିଷ୍ପତ୍ତି ନିଆନଯିବା କାରଣରୁ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ରାଜ୍ୟ ସରକାର ଅଭିଯୋଗ କରିଥିଲେ ଯେ, ରାଜ୍ୟପାଳ ସରକାରଙ୍କ ଦ୍ଵାରା ପଠାଯାଇଥିବା ବିଧାନସଭାରେ ଗୃହୀତ ବିଧେୟକ ଉପରେ ଗୋଟିଏ ମାସ ହେବ ନିଷ୍ପତ୍ତି ନେଇ ନାହାନ୍ତି, ଏହାକୁ ଝୁଲାଇ ରଖିଛନ୍ତି।

ଏହା ଉପରେ ଅଦାଲତ ରାଜ୍ୟପାଳଙ୍କ କାର୍ଯ୍ୟ ପାଇଁ ସମ୍ବିଧାନରେ ଲେଖା ହୋଇଥିବା ଅନୁଚ୍ଛେଦ ୨୦୦ର ଉଲ୍ଲେଖ କରିଛନ୍ତି। ପୀଠ କହିଛନ୍ତି, ରାଜ୍ୟପାଳମାନଙ୍କୁ ଯେତେ ଶୀଘ୍ର ସମ୍ଭବ ବିଧେୟକ ଉପରେ ନିଷ୍ପତ୍ତି ନେବା ଉଚିତ୍। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ଏବଂ ବିଚାରପତି ପିଏସ ନରସିମାହଙ୍କ ପୀଠ କହିଛନ୍ତି, ସମ୍ବିଧାନର ଅନୁଚ୍ଛେଦ ୨୦୦ର ପ୍ରଥମ ସେକ୍ସନରେ କୁହାଯାଇଛି ଯେ, ରାଜ୍ୟପାଳମାନଙ୍କୁ ନିଜ ସମ୍ମୁଖକୁ ଅଣାଯାଉଥିବା ବିଧେୟକଗୁଡିକୁ ତତ୍କାଳ ମଞ୍ଜୁର କରିବା ଉଚିତ୍ କିମ୍ବା ଫେରାଇ ଦେବା ଉଚିତ୍।

ପ୍ରଧାନ ବିଚାରପତିଙ୍କ ପୀଠ କହିଛନ୍ତି, ଆମର ଏହି ଆଦେଶ କେବଳ ଏହି ମାମଲା ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଏହା ସମସ୍ତ ସାମ୍ବିଧାନିକ ସଂସ୍ଥା ପାଇଁ ମଧ୍ୟ ଗୁରୁତ୍ଵ ବହନ କରୁଛି। ସମ୍ବିଧାନର ଭାବନା ଯେ ସମସ୍ତ ସଂସ୍ଥାଗୁଡିକୁ ଠିକ୍ ସମୟରେ ନିଷ୍ପତ୍ତି ନେବା ଉଚିତ୍। ଗତ ମାସରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ନୋଟିସ୍ ଜାରି କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ