Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁମ୍ମାବ୍ଲକଅଜୟଗଡ଼ଠାରେ ପିଏମ-ଜନମନ ସଚେତନତା ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି:୫/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମ୍ୟ ପଞ୍ଚାୟତ ଓ ଗ୍ରାମ ଗୁଡିକରେ ପିଏମ-ଜନମନ ସଚେତନତା କରାଯାଉଅଛି। ଏହି ପରିପେରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନାର ହିତାଧିକାରୀ ସଚେତନତା ଶିବିର ଅଜୟଗଡ ଗ୍ରାମପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଲାଞ୍ଜିଆ ସଉରା ବସବାସ କରୁଥିବା ବାରୁସିଂ,ଜଙ୍ଗତାର, ତିବିଶିଂ, ତାଲିମ୍ବ,ଅଜୟ ଗଡ଼ ଇତ୍ୟାଦି ଗ୍ରାମରୁ ଵିଶେଷ ଭାବେ ବିଭିନ୍ନ ଜନଜାତି ସମୁଦାୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁଲମି ଶବର,ସ୍ଥାନୀୟ ସରପଞ୍ଚ , ଅଜୟ ଗଡ଼, ସମିତି ସଭ୍ୟା ଅଜୟ ଗଡ଼ ,ସମସ୍ତ ଗ୍ରାମର ୱାର୍ଡ ମେମ୍ବର ସମେତ ଶ୍ରୀ ଅନ୍ତର୍ଯ୍ୟାମୀ କହଁର, ସ୍ଵତନ୍ତ୍ର ଅଧିକାରି, ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା, ଶେରଙ୍ଗ,ଶ୍ରୀ ଆକାଶ କୁମାର ଦିଗାଲ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାଶେରଙ୍ଗ, ଶ୍ରୀ ଦିନେଶ କୁମାର ଦେଓ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀ ମନୋଜ କୁମାର ସାହୁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ , ଗୁମ୍ମା ଙ୍କ ସମେତ ପଂଚାୟତ ରାଜ,କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ରାଜସ୍ୱ, ଗ୍ରାମ ଉନ୍ନୟନ, ପ୍ରାଣୀ ସମ୍ପଦ, ବିଦ୍ୟୁତ,ମହିଳା ଓ ଶିଶୁ ବିକାଶ ଆଦି ବିଭାଗର ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ ଯୋଜନାରେ ସମସ୍ତ ଙ୍କୁ ପକ୍କାଘର
ପ୍ରତ୍ୟେକ ଘରକୁ ପାଣି, ପ୍ରତି ଗାଁ କୁ ପକ୍କା ରାସ୍ତା, ପ୍ରତି ଘରକୁ ବିଜୁଳି, ସମସ୍ତ ଙ୍କୁ ଉତ୍ତମ ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ସୁବିଧା, ପୋଷଣ,ଉନ୍ନତ ଟେଲିକମ ସେବା ଓ ବିଭିନ୍ନ ଯୋଜନା ତଥା ଉନ୍ନତ ଜୀଵନ ଧାରା, ଆୟୁଷ୍ମାନ ଭାରତ ପ୍ରଭୁତି ସେବା ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ମାନେ ମତ ପୋଷଣ କରିଥିଲେ।ଉକ୍ତ ଶିବିରରେ ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ଜଙ୍ଗଲ ଜମି ପ୍ରମାଣ ପତ୍ର,ଜାତିଗତ ପ୍ରମାଣ ପତ୍ର, ଆୟକର ପ୍ରମାଣ ପତ୍ର ଓ ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏତଦବ୍ୟତୀତ ଜନ୍ମଗତ ପ୍ରମାଣପତ୍ର, ଭିନ୍ନକ୍ଷମ ଭତ୍ତା, ଜାତିଗତ ପ୍ରମାଣପତ୍ର,ଆୟ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର,ଗୋଷ୍ଠୀ ଜଙ୍ଗଲ ଜମି ଅଧିକାର, ବ୍ୟାଙ୍କ ପାସ ବୁକ,ବିଦ୍ୟୁତ ସଂଯୋଗୀ କରଣ , ଆଧାର କାର୍ଡ ପଞ୍ଜିକରଣ,ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଆଦି ବିଭିନ୍ନ ବିଭାଗୀୟ ସୁବିଧା ସୁଯୋଗ ରେ ଅନ୍ତର୍ଭୁକ୍ତ କରିବା ପାଇଁ ଦରଖାସ୍ତ ଗ୍ରହଣ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ବ୍ଲକ ଅନ୍ତର୍ଗତ ତାରମାଳ ଗ୍ରାମରେ ଗୁହାଳରେ ବଳଦବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତରାମାଳ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରବଳ ବର୍ଷା ସହ ବଜ୍ରପାତ ଯୋଗୁଁ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ତାଙ୍କ ବଳଦର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ତରାମାଳ ଗ୍ରାମର ଜାବି ମଳିକ। ସୂଚନା ଅନୁଯାୟୀ, ଅପରାହ୍ନରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହେଉଥିଲା। ପ୍ରତିଦିନ ଭଳି ଜାବି ମଳିକ ଗୋରୁ ଚରାଇ ଘରକୁ ଫେରିଥିଲେ। ବର୍ଷା ବଢ଼ିବାରୁ ସେ ନିଜ ବଳଦକୁ ଗୁହାଳରେ ବାନ୍ଧୁଥିବା ବେଳେ ହଠାତ୍ ଏକ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ବୃଦ୍ଧ ଓ ବଳଦ ଗୁରୁତର ଭାବେ ପ୍ରଭାବିତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ ବୃଦ୍ଧ ଓ ବଳଦକୁ ନିଷ୍ପ୍ରାଣ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିବା ବେଳେ ବାର୍ତ୍ତା ଲେଖାହେବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।