Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୧୨ ଦିନ ଓଡ଼ିଶାରେ ଲୁଚିଥିଲା ଗୁଡୁ ମୁସ୍‌ଲିମ୍‌!

ଭୁବନେଶ୍ୱର: ନିହତ ଗ୍ୟାଙ୍ଗଷ୍ଟର-ରାଜନେତା ଅତିକ୍ ଅହମ୍ମଦଙ୍କ ଘନିଷ୍ଠ ସହଯୋଗୀ ଥିବା ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡୁ ମୁସଲିମ ୧୨ ଦିନ ଧରି ଓଡିଶାରେ ଲୁଚି ରହିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉମେଶ ପାଲ ହତ୍ୟା ମାମଲାର ଅଭିଯୁକ୍ତ ଗୁଡୁ ମୁସଲିମଙ୍କୁ ଉତ୍ତରପ୍ରଦେଶ ପୋଲିସ ଏପର୍ଯ୍ୟନ୍ତ ଖୋଜି ପାଇ ନ ଥିବାବେଳେ ରିପୋର୍ଟରେ ଦର୍ଶାଯାଇଛି ଯେ ତାଙ୍କର ଶେଷ ଟ୍ରାକିଂ ବରଗଡରୁ ଆସିଛି।

ଏପ୍ରିଲ ୨ ରୁ ୧୩ ପର୍ଯ୍ୟନ୍ତ ଗୁଡୁ ମୁସଲିମ ଓଡ଼ିଶାରେ ଲୁଚି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି। ସେ ପ୍ରାୟ ୧୨ ଦିନ ଧରି ଓଡ଼ିଶାରେ ଥିବା ଜଣାପଡ଼ିଛି।

ପୋଲିସ ମଧ୍ୟ ଗୁଡୁ ମୁସଲିମର ସହଯୋଗୀ ରାଜା ଖାନଙ୍କୁ ପଚରାଉଚରା କରୁଛି। ରାଜା ଖାନ୍‌ କହିଛି ଯେ ପୋଲିସ କବଳରୁ ବର୍ତ୍ତିବା ଲାଗି ଗୁଡୁ ମୁସ୍‌ଲିମ୍‌ ଦାଢି ବଢାଇ ଦେଇଛି। ଏବେ ଗୁଡୁ ମୁସ୍‌ଲିମ୍‌ ଛତିଶଗଡ଼ରେ ଲୁଚିଥିବା ଆଶଙ୍କା କରାଯାଉଛି।