ଟେମରା ଗ୍ରାମ ରେ ନୂଆଁଖାଇ ପରେ ଭେଟଗାଟ କାର୍ଯ୍ୟକ୍ରମ ଅନୁଷ୍ଠିତ।


କଳାହାଣ୍ଡି:୦୯/୦୯
ନୂଆଁଖାଇ କେବଳ ଏକ ଭାଇଚାରା ପର୍ଵ ରେ ସୀମିତ ନୁହେଁ, ଏହି ପର୍ଵ ଗାଁ ର ଏତିହ୍ୟ,ସଂସ୍କୃତି, ପରମ୍ପରା କୁ ଉଜ୍ଜୀବିତ କରି ରଖିଛି। ଏହାର ନିଦର୍ଶନ କୋକସରା ବ୍ଲକ ଟେମରା ଗ୍ରାମ ଠାରେ ଦେଖିବାକୁ ମିଳିଛି। ନୂଆଁଖାଇ ର ପର ଦିନ ଗାଁ ର ମହୁଲ ପିଣ୍ଡା ଠାରେ ଟେମରା ଗ୍ରାମ ର ଗୌନ୍ତିଆ ଚୁମନ ପାତ୍ର ଙ୍କ ନେତୃତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥାଏ। ଏହି ବୈଠକରେ ଗ୍ରାମ ର ସମସ୍ୟା, ଭଲମନ୍ଦ ବିଷୟରେ ଆଲୋଚନା ହୋଇଥାଏ। ସୋମବାର ଅନୁଷ୍ଠିତ ଆଲୋଚନା ରେ ସରପଞ୍ଚ କ୍ଷିତିରାମ ପାତ୍ର ଙ୍କ ଅଧ୍ୟକ୍ଷତାରେ ଗ୍ରାମ ର ବରିଷ୍ଠ ନାଗରିକ ସୁଧୀର ପାତ୍ର, ଅଶୋକ କୁମାର ଦାସ,ତୋଫାନ ମାଝୀ,ପଦ୍ମ ଲୋଚନ ଦଳପତି,ଚକାଡୋଳା ପାତ୍ର, ହେମନ୍ତ ବାଣୁଆ, ଦୁଷ୍ମନ୍ତ ପାତ୍ର, କମଣ୍ଡଳ ପଟେଲ, ଲୋକନାଥ ପାତ୍ର,ଗୋପୀନାଥ ସୁନାନୀ, ତୁଳସୀ ଦଳପତି ସମେତ ଗ୍ରାମ ର ଅନେକ ଭଦ୍ରବ୍ୟକ୍ତି ଉପସ୍ଥିତ ରହି ଗ୍ରାମ ରେ ଚଳିତ ବର୍ଷ ପାଳନ ହେବାକୁ ଥିବା ଦଶ ଅବତାର ଦୁର୍ଗା ପୂଜା,ଗ୍ରାମ ରେ ଶାନ୍ତି ଶୃଙ୍ଖଳା ଓ ଚାଷବାସ ଉପରେ ଆଲୋଚନା କରିଥିଲେ।