Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚଳିତ ମାସ ୧୪ ତାରିଖରେ ବର୍ଷର ଜିଲ୍ଲାସ୍ତରୀୟ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ

ପାରଳାଖେମୁଣ୍ଡି:୯/୯(ଗରୁଡ଼ ଧ୍ଵଜ ଚୌଧୁରୀ) ସେପ୍ଟେମ୍ବର ମାସ ୧୪ତାରିଖ ଦିନ ଗଜପତି ଜିଲ୍ଳାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ସମେତ ଜିଲ୍ଲାର ଆର.ଉଦୟଗିରି , ମୋହନା ଓ କାଶୀନଗର ଠାରେ ଥିବା ଅଦାଲତ ମାନଙ୍କରେ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି ।ଏହି ଅବସରରେ ସଂପୃକ୍ତ ଅଦାଲତ ମାନଙ୍କରେ ପ୍ରାୟ ସମସ୍ତ ପ୍ରକାରର ପ୍ରାକ ସ୍ତରୀୟ ମକଦ୍ଦମା ଓ ରହିଥିବା ବିଚାରାଧୀନ ମକଦ୍ଦମା ଯଥା ଫୌଜଦାରୀ( ସାଲିସ ଯୋଗ୍ୟ) , ଚେକ୍ ବାଉଁଶ , ବ୍ୟାଙ୍କ ଋଣ , ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ , ଶ୍ରମ ବିବାଦ , ଲୋକସେବା ସମ୍ବନ୍ଧୀୟ ମାମଲା , ବୈବାହିକ ବିବାହ ( ଛାଡ଼ପତ୍ର ବ୍ୟତୀତ) , ପାରିବାରିକ ବିବାଦ , ଜମି ଅଧିଗ୍ରହଣ , ଚାକିରୀ ସମ୍ବନ୍ଧୀୟ( ପେନସନ) , ରାଜସ୍ବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲା ଗୁଡ଼ିକର ବିଚାରଣା କରାହେବ ।ଲୋକ ଅଦାଲତରେ ମକଦ୍ଦମା ଅବା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼ିବ ନାହିଁ । ଲୋକ ଅଦାଲତଙ୍କ ରାୟ ବୈଧ ଓ ଚୂଡାନ୍ତ ।ଦୀର୍ଘ ଦିନ ଧରି ଚାଲୁ ରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଉପଚାରରୁ ନିସ୍ତାର ପାଇବା ପାଇଁ ଏହା ଏକ ସୁଯୋଗ ଏହି ସମ୍ପର୍କରେ ସବିଶେଷ ବିବରଣୀ ଜାଣିବା ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ନୂତନ ଜିଲ୍ଲା କୋର୍ଟ ପରିସରରେ ଥିବା ଜିଲ୍ଲା ଆଇନସେବା ପ୍ରାଧିକରଣ ସମେତ ଜିଲ୍ଲାର ରା: ଉଦୟଗିରି , ମୋହନା ଏବଂ କାଶୀନଗର ତାଳୁକା ସ୍ତରୀୟ ଥିବା ଆଇନସେବା କମିଟି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ପାଇଁ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛି ।

More Stories