Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକଙ୍କ ଅନିଦ୍ଧିଷ୍ଟ କାଳ ପାଇଁ ଧାରଣା, ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଧାରଣା ସ୍ଥଗିତ

ପାରଳାଖେମୁଣ୍ଡି:୧୪/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ସାମ୍ବାଦିକମାନଙ୍କ କଣ୍ଠରୋଧ ପାଇଁ ବିଭିନ୍ନ ଷଡଯନ୍ତ୍ର ଓ ମିଥ୍ୟା ମାମଲା ଆଦି ଘଟଣାର ବିରୋଧ କରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜିଠାରୁ ସାମ୍ବାଦିକମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେଇଛନ୍ତି. ସାମ୍ବାଦିକ ମାନଙ୍କ ଧାରଣା ଚାଲିଥିବାବେଳେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ସାମ୍ବାଦିକମାନଙ୍କୁ ଡକାଇ ଆଲୋଚନା କରିବା ସହ ବିହିତ ତଦନ୍ତ କରାଯାଇ ସାମ୍ବାଦିକମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ସାମ୍ୱାଦିକମାନଙ୍କ ଧାରଣା ସ୍ଥଗିତ ରଖା ଯାଇଛି. ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ପେଗେଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କୁ ଜଣେ ଛାତ୍ରୀ ବିଞ୍ଚିବା ଓ ସ୍କୁଲରେ ଅଣ୍ଡା ବଣ୍ଟନ ଘଟଣାର ସମ୍ପର୍କିତ ଏକ ଖବର ବିଭିନ୍ନ ଗଣମାଧ୍ଯମରେ ପ୍ରସାରିତ ହୋଇଥିଲା। ଉକ୍ତ ଘଟଣାକୁ କେନ୍ଦ୍ରକରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ୩ଜଣ ସାମ୍ବାଦିକ ସଞ୍ଜିବ କୁମାର ପାଣି, ସନ୍ତୋଷ କୁମାର ପଟ୍ଟନାୟକ ଓ ଜିତେନ୍ଦ୍ର ପାତ୍ରଙ୍କ ବିରୋଧରେ ରାୟଗଡ ଥାନାରେ ମିଥ୍ୟା ମାମଲା ରୁଜୁ କରିଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ୩ଜଣ ସାମ୍ବାଦିକଙ୍କୁ ଗତ ସେପ୍ଟେମ୍ବର ୫ତାରିଖରେ ଥାନାକୁ ଡାକି ଜେରା କରାଯାଇଥିଲା । ଏଥିରେ ସମ୍ପୃକ୍ତ ସାମ୍ବାଦିକମାନେ ପୁଲିସକୁ ତଦନ୍ତରେ ସହଯୋଗ କରିଥିଲେ। ଏପରିକି ତଦନ୍ତବେଳେ ଥାନାରେ ଅଭିଯୋଗକାରୀ ଜଣେ ସାମ୍ବାଦିକଙ୍କୁ ଚିହ୍ନିପାରି ନଥିଲେ ଏହା ସାମ୍ବାଦିକଙ୍କ ବିରୋଧରେ ଏକ ଷଡଯନ୍ତ୍ର କରାଯାଇ ମିଥ୍ୟା ମାମଲା ରୁଜୁ କରାଯାଇଛି ବୋଲି ସାମ୍ବାଦିକମାନେ ଅନୁଭବ କରିଥିଲେ | ପରେ ୩ଜଣ ସାମ୍ବାଦିକ ପୃଥକ ପୃଥକ ଭାବେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଷଡଯନ୍ତ୍ରକାରୀଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ କରିଥିଲେ. ଏହି ଘଟଣାର ତଦନ୍ତରେ ଜିଲ୍ଲା ଶିକ୍ଷାଧୂକାରୀ ଓ ଜିଲ୍ଲା ଶିଶୁସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କୁ ସାମିଲ କରିବାକୁ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ଘଟଣାର ତଦନ୍ତ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଥିଲେ। ଫଳରେ ୩ଜଣ ସାମ୍ବାଦିକ ମଧ୍ୟାହ୍ନ ଭୋଜନ ପରେ ଥାନାକୁ ଯାଇ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ହେଁ ଖୋଦ ଅଭିଯୋଗ କରିଥିବା ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଆସି ନ ଥିଲେ । ଘଟଣାର ପ୍ରକୃତ ସତ୍ୟାସତ୍ୟ ତଦନ୍ତ ନ କରି ପ୍ରଧାନ ଶିକ୍ଷୟିତ୍ରୀ କରିଥିବା ମିଥ୍ୟା ଅଭିଯୋଗ ଗ୍ରହଣ କରି ୩ଜଣ ସାମ୍ବାଦିକ ବିରୋଧରେ ପୁଲିସ ମାମଲା ରୁଜୁ କରିଥିବା ଅଭିଯୋଗ ହୋଇଛି। କିନ୍ତୁ ସାମ୍ବାଦିକ ଯେଉଁ ଅଭିଯୋଗ କରିଥିଲେ ସେଥିରେ ପୁଲିସ ମାମଲା ରୁଜୁ କରି ନଥିବା ଜଣାପଡିଛି। ଏହି ଘଟଣାକୁ ବିରୋଧ କରି ବୁଧବାର ସନ୍ଧ୍ୟାରେ ସମୟରେ ଜିଲ୍ଲାର ବିଭିନ୍ନ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମର ପ୍ରତିନିଧୂମାନେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସଙ୍କୁ ଭେଟି ପେଗେଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଘଟଣାର ତଦନ୍ତ କରିବା ସହ ୩ଜଣ ସାମ୍ବାଦିକ ଥାନାରେ ଯେଉଁ ଅଭିଯୋଗ କରିଛନ୍ତି ସେହି ମାମଲା ଗୁଡିକ ରୁଜୁ କରିବାକୁ ଦାବି କରିଥିଲେ. ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ପ୍ରତିବାଦରେ ଆଜିଠାରୁ ସାମ୍ବାଦିକମାନେ ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆଜି ସାମ୍ବାଦିକ
ମାନେ ଧାରଣା ଚଳାଇ⁴ ଥିବାବେଳେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ସାମ୍ବାଦିକମାନଙ୍କୁ ତାଙ୍କ ପ୍ରକୋଷ୍ଠକୁ ଡକାଇ ଆଲୋଚନା କରିବା ସହ ଅତି ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରାଯିବା ସହ ସାମ୍ବାଦିକମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ସାମ୍ବାଦିକମାନଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି.ଆଗାମୀ 2 ସପ୍ତାହ ମଧ୍ୟରେ ସାମ୍ବାଦିକମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାନଗଲେ ପୁଣି ଧାରଣା ଦିଆ ଯିବ ବୋଲି ସାମ୍ବାଦିକମାନଙ୍କ ତରଫରୁ କୁହାଯାଇଛି. ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଗରୁଡ଼ଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଜଗଦିଶ ପଣ୍ଡା, ବିଜେନ୍ଦ୍ରନାଥ ପାଢୀ, ବିଧାନ ଚୌଧୁରୀ, ପ୍ରଦୀପ ନାୟକ, ଗଣେଶ ରାଜୁ, କୃଷ୍ଣ କୁମାର ବେହେରା, ଶିଶିର କୁମାର ଗୌଡ, ଲୋକନାଥ ପଣ୍ଡା, ଆମୋଦ କୁମାର ବର୍ଦ୍ଦନ, କୈଳାଶ ସ୍ପାଲସିଂ, ଅଲିନ୍ ପାଣି, ଫିଲମନ୍ କରାଜ, ସୁଶାନ୍ତ ପ୍ରଧାନ ଓ ଦିଲ୍ଲୀପ କୁମାର ଶତପ‌ଥୀଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଏଥିରେ ଅଂଶ ଗ୍ରହଣ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ