Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆବାସ ଯୋଜନାରେ ଘରଟିଏ ପାଇଁ ୮୦ ବର୍ଷର ଆଦିବାସୀ ବୃଦ୍ଧାଙ୍କ ଆକୁଳ ନିବେଦନ

ପାରଳାଖେମୁଣ୍ଡି:୧୪/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ଆବାସ ଯୋଜନା ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଥିବା ଅନୁଧ୍ୟାନରୁ ଜଣା ଯାଇଛି. ଏଠାରେ ପ୍ରକୃତ ହିତାଧିକାରୀଙ୍କୁ ବହୁ ମାତ୍ରାରେ ଅଣଦେଖା କରାଯାଇଛି. ଅନ୍ୟପକ୍ଷରେ ଯୋଗ୍ୟତା ନଥିବା ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି. ସମ୍ପୃକ୍ତ ଘଟଣା ନେଇ ନିରପେକ୍ଷ ତଦନ୍ତ କଲେ ବହୁ ରହସ୍ୟ ଲୋକଲୋଚନକୁ ଆସିପାରିବ. ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ପଞ୍ଚାୟତର କମଳାପୁର ଗ୍ରାମର ଆଦିବାସୀ ଦମ୍ପତ୍ତି ଷଡ଼ଙ୍ଗା ମଣ୍ଡଳ ଓ ତାଙ୍କ ସ୍ତ୍ରୀ ଗତ ସରକାରଙ୍କ ଅମଳରେ ବହୁଵାର ଅନୁରୋଧ କରି ସୁଦ୍ଧା ଆବାସ ଯୋଜନାରେ ଘରଟିଏ ପାଇପାରିଲେନାହିଁ. ଗତ ଦୀର୍ଘ ବର୍ଷ ଧରି ଭଙ୍ଗା ଝାଟି ମାଟି କୁଡ଼ିଆରେ ଏହି ୨ ବୃଦ୍ଧା ଅତ୍ୟନ୍ତ ବିପଦପୁର୍ଣ ଅଭାବୀ ଜୀବନ ବିତାଇ ଆସୁଛନ୍ତି. ଦମ୍ପତ୍ତି ୨ ଜଣଙ୍କ ବୟସ ସ୍ୱାମୀଙ୍କ (୮୨), ସ୍ତ୍ରୀ (୭୭) ବର୍ଷ ଏମାନଙ୍କର ସାହା ଆଉ କେହି ନାହାନ୍ତି. ଭଙ୍ଗା ଦଦରା କୁଡ଼ିଆରେ ଶୀତ, ଖରା ଓ ବର୍ଷାରେ ଭିଜି ଅତ୍ୟନ୍ତ ଦୁଃଖଦ ଜୀବନ ବିତାଇ ଆସୁଛନ୍ତି. ବର୍ତ୍ତମାନର ନୂତନ ବିଜେପି ସରକାର ସଦୟ ହୋଇ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବା ପାଇଁ ବିନୀତ ଅନୁରୋଧ ଜଣାଇଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ବ୍ଲକ ଅନ୍ତର୍ଗତ ତାରମାଳ ଗ୍ରାମରେ ଗୁହାଳରେ ବଳଦବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତରାମାଳ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରବଳ ବର୍ଷା ସହ ବଜ୍ରପାତ ଯୋଗୁଁ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ତାଙ୍କ ବଳଦର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ତରାମାଳ ଗ୍ରାମର ଜାବି ମଳିକ। ସୂଚନା ଅନୁଯାୟୀ, ଅପରାହ୍ନରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହେଉଥିଲା। ପ୍ରତିଦିନ ଭଳି ଜାବି ମଳିକ ଗୋରୁ ଚରାଇ ଘରକୁ ଫେରିଥିଲେ। ବର୍ଷା ବଢ଼ିବାରୁ ସେ ନିଜ ବଳଦକୁ ଗୁହାଳରେ ବାନ୍ଧୁଥିବା ବେଳେ ହଠାତ୍ ଏକ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ବୃଦ୍ଧ ଓ ବଳଦ ଗୁରୁତର ଭାବେ ପ୍ରଭାବିତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ ବୃଦ୍ଧ ଓ ବଳଦକୁ ନିଷ୍ପ୍ରାଣ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିବା ବେଳେ ବାର୍ତ୍ତା ଲେଖାହେବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।