Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆବାସ ଯୋଜନାରେ ଘରଟିଏ ପାଇଁ ୮୦ ବର୍ଷର ଆଦିବାସୀ ବୃଦ୍ଧାଙ୍କ ଆକୁଳ ନିବେଦନ

ପାରଳାଖେମୁଣ୍ଡି:୧୪/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ଆବାସ ଯୋଜନା ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଥିବା ଅନୁଧ୍ୟାନରୁ ଜଣା ଯାଇଛି. ଏଠାରେ ପ୍ରକୃତ ହିତାଧିକାରୀଙ୍କୁ ବହୁ ମାତ୍ରାରେ ଅଣଦେଖା କରାଯାଇଛି. ଅନ୍ୟପକ୍ଷରେ ଯୋଗ୍ୟତା ନଥିବା ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି. ସମ୍ପୃକ୍ତ ଘଟଣା ନେଇ ନିରପେକ୍ଷ ତଦନ୍ତ କଲେ ବହୁ ରହସ୍ୟ ଲୋକଲୋଚନକୁ ଆସିପାରିବ. ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ପଞ୍ଚାୟତର କମଳାପୁର ଗ୍ରାମର ଆଦିବାସୀ ଦମ୍ପତ୍ତି ଷଡ଼ଙ୍ଗା ମଣ୍ଡଳ ଓ ତାଙ୍କ ସ୍ତ୍ରୀ ଗତ ସରକାରଙ୍କ ଅମଳରେ ବହୁଵାର ଅନୁରୋଧ କରି ସୁଦ୍ଧା ଆବାସ ଯୋଜନାରେ ଘରଟିଏ ପାଇପାରିଲେନାହିଁ. ଗତ ଦୀର୍ଘ ବର୍ଷ ଧରି ଭଙ୍ଗା ଝାଟି ମାଟି କୁଡ଼ିଆରେ ଏହି ୨ ବୃଦ୍ଧା ଅତ୍ୟନ୍ତ ବିପଦପୁର୍ଣ ଅଭାବୀ ଜୀବନ ବିତାଇ ଆସୁଛନ୍ତି. ଦମ୍ପତ୍ତି ୨ ଜଣଙ୍କ ବୟସ ସ୍ୱାମୀଙ୍କ (୮୨), ସ୍ତ୍ରୀ (୭୭) ବର୍ଷ ଏମାନଙ୍କର ସାହା ଆଉ କେହି ନାହାନ୍ତି. ଭଙ୍ଗା ଦଦରା କୁଡ଼ିଆରେ ଶୀତ, ଖରା ଓ ବର୍ଷାରେ ଭିଜି ଅତ୍ୟନ୍ତ ଦୁଃଖଦ ଜୀବନ ବିତାଇ ଆସୁଛନ୍ତି. ବର୍ତ୍ତମାନର ନୂତନ ବିଜେପି ସରକାର ସଦୟ ହୋଇ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବା ପାଇଁ ବିନୀତ ଅନୁରୋଧ ଜଣାଇଛନ୍ତି.