Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହଟିନି ଡାରୱିନ୍‌ ଥିଓରୀ, ମତାମତ ମାଗିଛି ଏନ୍‌ସିଇଆର୍‌ଟି; କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଏନସିଇଆରଟି ବିଜ୍ଞାନ ବହିରୁ ଡାରୱିନ ଥିଓରୀ ହଟିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି କିଏ କହୁଛି ଥିଓରୀ ହଟାଯାଇଛି ବୋଲି ପ୍ରଶ୍ନ କରିଛନ୍ତି। ଏହା ସହ ସେ କହିଛନ୍ତି ଏନସିଇଆରଟି ପକ୍ଷରୁ କରିକୁଲମ୍ ଫ୍ରେମୱାର୍କ ପ୍ରସ୍ତୁତ ହୋଇ ସବୁ ରାଜ୍ୟକୁ ପଠାଯାଇଛି । ରାଜ୍ୟ ଗୁଡ଼ିକର ମତାମତ ମାଗିଛି ଏନସିଇଆରଟି। ମତାମତ ନେବା ପରେ ନିଷ୍ପତ୍ତି ନିଆଯିବ ଥିଓରୀ ହଟିବ କି ନାହିଁ। କିଛି ନଜାଣି ଏଭଳି କହିବା ଠିକ୍ ନୁହଁ ବୋଲି କହିଛନ୍ତି ମନ୍ତ୍ରୀ । ସେ କହିଛନ୍ତି ଡିଜିଟାଲ, ସ୍କିଲ ଓ ଦକ୍ଷତା ବିକାଶ କରିବା ସରକାରଙ୍କ ଲକ୍ଷ୍ୟ।

ଡାରୱିନ ଥିଓରୀ ହଟିବା ପ୍ରସଙ୍ଗ ପଦାକୁ ଆସିବା ପରେ ସାରା ଭାରତର ୧୮୦୦ରୁ ଅଧିକ ବୈଜ୍ଞାନିକ ଓ ଶିକ୍ଷାବିତ୍ ଏକ ଖୋଲା ଚିଠି ଲେଖିଥିଲେ । ଚିଠିରେ କୁହାଯାଇଛି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏହାକୁ ଉଠାଇଦେବା ଫଳରେ ପିଲାଙ୍କ ବୈଜ୍ଞାନିକ ଚିନ୍ତନ ବାଧାପ୍ରାପ୍ତ ହେବ । ଏହାକୁ ହଟାଇବା ଠିକ୍‌ ନୁହେଁ ବୋଲି ସେମାନେ କହିଛନ୍ତି।