Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

‘ମନ କି ବାତ@100’ସମ୍ମିଳନୀରେ ପହଞ୍ଚିଲେ ଅମିର ଖାନ, ପିଏମ ମୋଦୀଙ୍କ କଲେ ଖୁବ୍ ପ୍ରଶଂସା

ନୂଆଦିଲ୍ଲୀ: ପ୍ରସାର ଭାରତୀ ରାଜଧାନୀ ଦିଲ୍ଲୀରେ ‘ମନ କି ବାତଅ୧୦୦’ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏଥିରେ ସେହି ୧୦୦ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଥିଲା ଯାହାଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ରେଡିଓ କାର୍ଯ୍ୟକ୍ରମରେ ଉଲ୍ଲେଖ କରିଥିଲେ। ବଲିଉଡ ଅଭିନେତା ଅମିର ଖାନ ଏବଂ ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅମିର ଖାନ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ବେଶ ପ୍ରଶଂସା କରିଛନ୍ତି। ଏହା ବହୁତ ବଡ କଥା ଯେ, ଦେଶର ନେତା ଲୋକଙ୍କ ସହିତ କଥା ହେଉଛନ୍ତି ଏବଂ ନିଜର ବିଚାର ରଖୁଛନ୍ତି। ଲୋକଙ୍କ ପରାମର୍ଶ ମଧ୍ୟ ନେଉଛନ୍ତି। ମନ କି ବାତ କାର୍ଯ୍ୟକ୍ରମରେ ଲୋକଙ୍କ ଉପରେ ଗଭୀର ପ୍ରଭାବ ପଡିଛି। ଏହା ବହୁତ ଐତିହାସିକ କଥା ବୋଲି ଅମିର କହିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ ୩୦ରେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ୧୦୦ତମ ମନ କି ବାତ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରିବେ। ପ୍ରସାର ଭାରତୀ ଏହି ଉପଲକ୍ଷେ ସମ୍ମିଳନୀର ଆୟୋଜନ କରିଛି। ଏଥିରେ ଅଭିନେତା ଅମିର ଖାନ, ରବିନା ଟଣ୍ଡନ, ପୁଡୁଚେରୀ ରାଜ୍ୟପାଳ କିରଣ ବେଦୀ, ଖେଳାଳି ନିକହତ ଜରିନ ଏବଂ ଦୀପା ମଲିକ, ସଙ୍ଗୀତକାର ରିକ୍କି କୈଜଙ୍କ ପରି ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଚାରୋଟି ସେସନରେ କାର୍ଯ୍ୟକ୍ରମ ସଂପନ୍ନ ହେବ। ପ୍ରଥମ ସେସନର ନାମ ନାରୀ ଶକ୍ତି ରଖାଯାଇଛି। ଦ୍ଵିତୀୟ ସେସନର ନାମ ବିରାସତରୁ ଉତଥାନ, ତୃତୀୟ ସେସନ ଜନ୍ମସମ୍ବାଦରୁ ଆତ୍ମ ନିର୍ଭରତା ଏବଂ ଚତୁର୍ଥ ସେସନର ବିଷୟ ଆହ୍ଵାନରୁ ଜନ ଆନ୍ଦୋଳନ ରଖାଯାଇଛି।

କାର୍ଯ୍ୟକ୍ରମର ସମାପନ ସେସନକୁ ଗୃହ ମନ୍ତ୍ରୀ ଅମିତ୍ ଶାହ ସମ୍ବୋଧିତ କରିବେ। ଏହି ଅବସରରେ ଏକ ଷ୍ଟାମ୍ପ ଏବଂ ମୁଦ୍ରାର ମଧ୍ୟ ଲୋକାର୍ପଣ କରାଯିବ। ଏଥିରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ସମେତ ଅନେକ ନେତା ଉପସ୍ଥିତ ରହିବେ।