Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛତିଶଗଡରେ ବଡ଼ ଧରଣର ନକ୍ସଲ ଆକ୍ରମଣ; ୧୧ ଯବାନ ସହିଦ

ରାୟପୁର: ଛତିଶଗଡର ଦନ୍ତେୱାଡାରେ ନକ୍ସଲଙ୍କ ଦ୍ୱାରା ହୋଇଥିବା ବଡ଼ ଧରଣର ବିସ୍ଫୋରଣରେ ଅତି କମରେ ଦଶ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂତ୍ରରୁ ପ୍ରକାଶ। ଦନ୍ତେୱାଡା ଜିଲ୍ଲାର ଅରଣପୁର ନିକଟସ୍ଥ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ର ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଏକ ଗାଡିରେ ଏହି ବିସ୍ଫୋରକ ଆକ୍ରମଣ ହୋଇଥିଲା।

ଆକ୍ରମଣରେ ୧୧ ଯବାନ ସହିଦ ହୋଇଛନ୍ତି। ୧୧ ସହିଦ ଯବାନଙ୍କ ମଧ୍ୟରେ ଅଛନ୍ତି ୧୦ ଡିଆଇଜି ଯବାନ ଓ ଜଣେ ଡ୍ରାଇଭର ଅଛନ୍ତି ।  ଭୟଙ୍କର ବିସ୍ଫୋରଣରେ ଯବାନଙ୍କ ଗାଡି ଉଡ଼ି ଯାଇଛି ।ସୂଚନା ମୁତାବକ, ଯବାନମାନେ ଏକ ସିକ୍ରେଟ୍‌ ଅପରେସନରେ ଯାଉଥିଲେ।

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଯବାନଙ୍କ ମୃତ୍ୟୁରେ ସମବେଦନା ଜଣାଇ କହିଛନ୍ତି ଯେ ନକ୍ସଲଙ୍କ ବିରୋଧରେ ରାଜ୍ୟ ସଂଗ୍ରାମ ଶେଷ ପର୍ଯ୍ୟାୟରେ ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନକ୍ସଲମାନଙ୍କୁ ରକ୍ଷା ନାହିଁ ଏବଂ ଆମେ ନକ୍ସଲବାଦକୁ ସମାପ୍ତ କରିବୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ