Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଦ୍ୱାରା ଆୟୋଜିତ ସପ୍ତାହବ୍ୟାପୀ ଭାଗବତ ପ୍ରବଚନ ଉଦ୍‌ଯାପିତ

ପାରଳାଖେମୁଣ୍ଡି:୨୦/୯ (ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାରେ ଥିବା ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଆନୁକୂଲ୍ୟରେ ଗତ ୧୨ ତାରିଖ ଠାରୁ ୭ ଦିନ ଧରି ସ୍ଥାନୀୟ ଉକ୍ରଳ ହିତୈଷିଣୀ ସମାଜ ସଭାଗୃହରେ ଆୟୋଜିତ ଶ୍ରୀମଭାଗବତ ପ୍ରବଚନ କାର୍ଯ୍ୟକ୍ରମ ଗତକାଲି ଉଦ୍‌ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରର ଅବସରପ୍ରାପ୍ତ ଇତିହାସ ପ୍ରଫେସର ଡ. ମଦନମୋହନ ମହାପାତ୍ର ପ୍ରଚାରକ ଭାବେ ଯୋଗଦେଇ ଭାଗବତ କଥା କହିବା ସହ ଦୁର୍ଲ୍ଲଭ ମାନବର ମନ ଓ ଶରୀର ସମେତ ସମାଜରେ କିଭଳି ପ୍ରଭାବ ପଡିବ ସେ ସମ୍ପର୍କରେ ବୁଝାଇଥିଲେ | ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଉକ୍ତ ଅନୁଷ୍ଠାନ ସ୍ଥାନର ସଭାପତି ଅଶ୍ବିନୀ କୁମାର ପାଢୀ, ରମେଶ ଚନ୍ଦ୍ର ପାଣିଗ୍ରାହୀ, ସୁରେଶ ଚନ୍ଦ୍ର ବେହେରା, ଶରତ ଚନ୍ଦ୍ର ସାହୁ, ହରେରାମକୃଷ୍ଣ ଚୌଧୁରୀ, ସୁରେଶ ଚନ୍ଦ୍ର ଦାଶ, ଅଶୋକ ଚନ୍ଦ୍ର ଦାଶ, ଭାରତ ଭୂଷଣ ମହାନ୍ତି, ଆଶାଲତା ପାଣିଗ୍ରାହୀ, ବିଚିତ୍ରାନନ୍ଦ ବେବର୍ଭା ଓ ଜଗଦୀଶ ମହାପାତ୍ର ସହଯୋଗ କରିଥିଲେ। ପ୍ରତିଦିନ ଅନ୍ତଯଜ୍ଞ ଓ ଜ୍ଞାନଯଜ୍ଞ ଅନୁଷ୍ଠିତ ହେବା ସହ ଭଜନ, କୀର୍ତନ ପରିବେଷଣ କରାଯାଇଥିଲା | ଚୈତନ୍ୟ ମଠର ମହନ୍ତ ମହାରାଜ (ମାଙ୍ଗୁଲୁ) ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ I ସଂସ୍କୃତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ. ଅନ୍ନପୂର୍ଣ୍ଣା ଦେବୀ ପ୍ରବକ୍ତାଙ୍କୁ ପାଟବସ୍ତ୍ର ପ୍ରଦାନ ସହ ସମ୍ବନ୍ଧିତ କରିଥିଲେ | ଏଥିରେ ସହରର ବହୁ ସଂଖ୍ୟରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ