Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ପରିସରରେ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ ପାଇଁ ଚୁକ୍ତିନାମା ସ୍ଵାକ୍ଷରିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୩/୯(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଜ ସିତାପୂର ନିକଟରେ ଥିବା ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ କେମ୍ପସ ଠାରେ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ ପାଇଁ ଏକ ଚୁକ୍ତିନାମା ସ୍ଵାକ୍ଷରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗଜପତି ଜିଲ୍ଲା ପ୍ରଶାସନ , ଜିଲ୍ଲା ଦକ୍ଷତା ବିକାଶ , ଜିଲ୍ଲା କର୍ମ ନିୟୋଜନ ବିଭାଗ ଏବଂ କ୍ରିଷ୍ଣାପାଟନମ ସିକୁରିଟି ସର୍ଭିସ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଗଜପତି ଜିଲ୍ଲାର ୩୦ ଜଣ ଯୁବକ ଯୁବତୀଙ୍କୁ ଆସିଷ୍ଟାଣ୍ଟ ସରଭେୟର ବିଷୟରେ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ ପାଇଁ ଏହି ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି ।ଏଥିରେ ଗଜପତି ଜିଲ୍ଲାର ପ୍ରାୟ ୩୦ ଜଣ ମେଟ୍ରିକ୍ ପାସ କରିଥିବା ଯୁବକ ଯୁବକ ଯୁବତୀଙ୍କୁ ମାଗଣାରେ ଆବାସିକ ତାଲିମ ଓ ନିଯୁକ୍ତି ଯୋଗାଇ ଦିଆଯିବ ।ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଦକ୍ଷତା ବିକାଶ ଓ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଏବଂ କ୍ରୀଷ୍ଣାପାଟନାମ ସିକୁରିଟି ସର୍ଭିସ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଏଚଓଡି: ସ୍କିଲ ଡ଼ଃ ପୁଲ୍ଲା ରାଓଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଅଛି ।ଏହି ନିଯୁକ୍ତି ଭିତ୍ତିକ ସ୍ୱଳ୍ପ ମିଆଦୀ ତାଲିମ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର କେମ୍ପସ ଠାରେ ଅନୁଷ୍ଠିତ ହେବ ।ଏଥିପାଇଁ ଜିଲ୍ଲାର ଆଗ୍ରହୀ ଓ ଇଚ୍ଛୁକ ଥିବା ଛାତ୍ରଛାତ୍ରୀ ମାନେ ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଏବଂ ସାମିଲ ହେବା ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ(ଏମ୍ପ୍ଳୟମେଣ୍ଟ) କାର୍ଯ୍ୟାଳୟ ଆସି ନଚେତ ମୋବାଇଲ ନମ୍ବର- ୯୮୨୭୯ ୪୬୮୮୪ ରେ ଯୋଗାଯୋଗ କରିପାରିବେ ।ଏହି ଅବସରରେ ଡାଇରେକ୍ଟର ଆର.ଏଣ୍ଡ.ଡି.ବିଶ୍ଵ ସମୁଦ୍ର ଡ଼ଃ ରାଙ୍ଗାରାଓ ,ରେଜିଷ୍ଟ୍ରାର ସିୟୁଟିଏମ ପ୍ରଫେସର ଅନିତା ପାତ୍ର ,ଡାଇରେକ୍ଟର ଡ଼ଃ ଦୁର୍ଗା ପ୍ରସାଦ ପାଢ଼ୀ , ଡିନ ସ୍କୁଲ ଅଫ ଇଞ୍ଜିନିୟରିଂ ପ୍ରଫେସର ପ୍ରଫୁଲ୍ଲ ପଣ୍ଡା , ଡିନ ଏଗ୍ରିକଲଚର ଡ଼ଃ ସତ୍ୟ ପ୍ରକାଶ ନନ୍ଦ ଏବଂ ସ୍କିଲ୍ ଡେଭଲପମେଣ୍ଟ କମ ଏମ୍ପଲୟମେଣ୍ଟ ଅଫିସର ଶ୍ରୀ ଶିବାଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ବ୍ଲକ ଅନ୍ତର୍ଗତ ତାରମାଳ ଗ୍ରାମରେ ଗୁହାଳରେ ବଳଦବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତରାମାଳ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରବଳ ବର୍ଷା ସହ ବଜ୍ରପାତ ଯୋଗୁଁ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ତାଙ୍କ ବଳଦର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ତରାମାଳ ଗ୍ରାମର ଜାବି ମଳିକ। ସୂଚନା ଅନୁଯାୟୀ, ଅପରାହ୍ନରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହେଉଥିଲା। ପ୍ରତିଦିନ ଭଳି ଜାବି ମଳିକ ଗୋରୁ ଚରାଇ ଘରକୁ ଫେରିଥିଲେ। ବର୍ଷା ବଢ଼ିବାରୁ ସେ ନିଜ ବଳଦକୁ ଗୁହାଳରେ ବାନ୍ଧୁଥିବା ବେଳେ ହଠାତ୍ ଏକ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ବୃଦ୍ଧ ଓ ବଳଦ ଗୁରୁତର ଭାବେ ପ୍ରଭାବିତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ ବୃଦ୍ଧ ଓ ବଳଦକୁ ନିଷ୍ପ୍ରାଣ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିବା ବେଳେ ବାର୍ତ୍ତା ଲେଖାହେବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।