Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଜିଲ୍ଲା ପ୍ରଶାସନ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୪/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଆଜି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ, ଉପ-ଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା,ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ପ୍ରମୋଦ କୁମାର ପଣ୍ଡା ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିର ଉଦଘାଟନ କରିଥିଲେ। ରକ୍ତ ଦାନ ଶିବିରରେ ଜିଲ୍ଲାପାଳ କହିଥିଲେ ଯେ ରକ୍ତ ସମସ୍ତଙ୍କ ପାଖରେ ଜରୁରୀ ଆବଶ୍ୟକ ରହିଅଛି। ଜରୁରୀ ଆବଶ୍ୟକ ପଡିଲେ ଏହି ରକ୍ତ ମାଧ୍ୟମରେ କିଛି ଲୋକମାନଙ୍କର ଜୀବନ ବଞ୍ଚିଯାଇଥାଏ,ଏଣୁ ଆଗାମୀ ଦିନରେ ମହାବିଦ୍ୟାଳୟ ଓ ବିଭିନ୍ନ ସଙ୍ଗଠନରେ ମଧ୍ୟ ରକ୍ତ ସଂଗ୍ରହ କରିବାର ରହିଅଛି ଓ ଅନେକ ଲୋକ ମଧ୍ୟ ରକ୍ତ ଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।ଏହି ଶିବିରରେ ମୋଟ ୭୨ଜଣ ସ୍ବେଚ୍ଛାକୃତ ରକ୍ତଦାନ କରି ଏକ ମହାନ କାର୍ଯ୍ୟରେ ଅଂଶ ଗ୍ରହଣ କରି ଆଗ୍ରହ ସହ ରକ୍ତଦାନ କରିଥିଲେ।ଏହି ଶିବିରରେ ଡେପୁଟି କଲେକ୍ଟର ଶ୍ରୀ ପାଣକୃଷ୍ଣ ପାଣଗ୍ରାହୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ କମଳକାନ୍ତ ପଣ୍ଡା,ସ୍ଥାନୀୟ ତହସିଲଦାର ଶ୍ରୀ ନାରାୟଣ ବେହେରା , ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପରାମର୍ଶ ଦାତା ଶ୍ରୀ ପ୍ରଦୋଷ ଶତପଥୀ ,କଗେଶ୍ୱର ବେହେରା ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଗଣ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ