Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିନା ଦୋଷରେ ଜେଲ ଯାଇଥିଲେ; ଏବେ ମୁକୁଳିଲେ ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ: ବିନା ଦୋଷରେ ଡ୍ରଗ୍ସ କେସ୍‌ରେ ଫସିଥିଲେ ବଲିଉଡ୍‌ ଅଭିନେତ୍ରୀ କ୍ରୀଷନ ପରେରା। ବିଦେଶ ଜେଲ୍‌ରେ ବନ୍ଦୀ ଥିଲେ। ଏବେ ଜେଲରୁ ମୁକୁଳିଛନ୍ତି କ୍ରୀଷନ। ଗତକାଲି ସେ ଜେଲ୍‌ରୁ ମୁକୁଳିଛନ୍ତି। ଏନେଇ ତାଙ୍କ ଭାଇ ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି। ଭିଡିଓରେ କେଭିନ କ୍ରୀଷନଙ୍କ ସହ କଥା ହେଉଥିବା ବେଳେ ମାଆ ପ୍ରିମିଲା ଖୁସୀରେ ନାଚୁଥିବା ଦେଖିବାକୁ ମିଳିଛି।

ଫସାଇଥିବା ଦୁଇ ଷଡ଼ଯନ୍ତ୍ରକାରୀଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ପରେ ୟୁନାଇଟେଡ୍‌ ଆରବ ଏମିରେଟ୍‌ର ଶରଜାହ ଜେଲ୍‌ରୁ ଅଭିନେତ୍ରୀଙ୍କୁ ମୁକ୍ତ କରାଯାଇଛି। କ୍ରୀଷନ ଧରିଥିବା ଟ୍ରଫିରେ ଡ୍ରଗ୍ସ ବାହାରିବାରୁ ଚଳିତ ମାସ ଆରମ୍ଭରୁ ପରେରାଙ୍କୁ ଶରଜାହ ପୁଲିସ ଗିରଫ କରିଥିଲା। ଗତ କାଲି ସେ ଜେଲ୍‌ରୁ ମୁକୁଳିଛନ୍ତି।

୨୭ ବର୍ଷୀୟା ପରେରା ବଲିଉଡ୍‌ର ସଡ଼କ-୨ ଓ ବାଟଲା ହାଉସ ଭଳି ଫିଲ୍ମରେ ଅଭିନୟ କରିସାରିଛନ୍ତି। ଏପ୍ରିଲ ମାସ ଆରମ୍ଭରେ ଡ୍ରଗ୍ସ କାରବାର ଅଭିଯୋଗରେ ୟୁନାଇଟେଡ୍ ଆରବ ଏମିରାଟ୍‌ର ଶରଜାହ ପୋଲିସ ତାଙ୍କୁ ଗିରଫ କରିଥିଲା।

ଏହି ଷଡଯନ୍ତ୍ରର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବୋରିଭଲିରେ ଆନ୍ଥୋନୀ ଓ ସିନ୍ଧୁଦୁର୍ଗର ରବି। ଅଡିସନ ବାହାନାରେ ଅଭିନେତ୍ରୀଙ୍କୁ ଦୁବାଇ ପଠାଇଥିଲେ ଅଭିଯୁକ୍ତ। ସୂଚନା ଅନୁଯାୟୀ ଅଭିନେତ୍ରୀଙ୍କ ମାଆଙ୍କ ଉପରେ ରାଗ ସୁଝାଇବାକୁ ଏଭଳି ଷଡ଼ଯନ୍ତ୍ର ରଚିଥିଲା ଆନ୍ଥୋନୀ ପଲ। ପ୍ରିମିଲା ଥାନାରେ ମାମଲା କରିବା ପରେ ତଦନ୍ତରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ