ଖୋଲିଲା ବାବା ବଦ୍ରିନାଥ ଧାମ


ଉତ୍ତରାଖଣ୍ଡ: ଖୋଲିଲା ବାବା ବଦ୍ରିନାଥଙ୍କ ମନ୍ଦିର। ସକାଳ ୭ଟାରେ ରୀତିନୀତି ଅନୁଯାୟୀ ମନ୍ଦିର ଦ୍ବାର ଖୋଲାଯାଇଛି । ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ମନ୍ଦିରକୁ ୧୫ କୁଇଣ୍ଟାଲ ଫୁଲରେ ସଜା ଯାଇଛି।

ହେଲିକପ୍ଟର ଯୋଗେ ଶ୍ରଦ୍ଧାଳୁଙ୍କ ଉପରେ ପୁଷ୍ପବର୍ଷା ମଧ୍ୟ କରାଯାଇଥିଲା। ଦ୍ବାର ଖୋଲିବା ପରେ ମୁଖ୍ୟ ପୁଜାରୀ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ଦକ୍ଷିଣ ଦ୍ବାର ଦେଇ କୁବେର ଜୀଙ୍କ ବିମାନ ମନ୍ଦିରରେ ପ୍ରବେଶ କରିଥିଲା। ଏହାପରେ ଆରମ୍ଭ ହୋଇଥିଲା ବାବାଙ୍କ ପୂଜାର୍ଚ୍ଚନା। ବାବାଙ୍କ ଦର୍ଶନ କରିଥିଲେ ଭକ୍ତ।