Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗେ ମ୍ୟାରେଜରେ ସ୍ତ୍ରୀର ଅଧିକାର କାହାକୁ ମିଳିବ, ସମଲିଙ୍ଗୀ ବିବାହରେ ସୁପ୍ରିମକୋର୍ଟରେ ଉଠିଲା ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ନୂତନ ପ୍ରଶ୍ନ ଉଠିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଗୁରୁବାର କହିଛନ୍ତି, ଜଣେ ମହିଳା ଏବଂ ପୁରୁଷ ବିବାହରେ ପତ୍ନୀ ବଳାତ୍କାର, ଅପ୍ରାକୃତିକ ଯୌନ ଶୋଷଣ ସଂପର୍କିତ ଅଭିଯୋଗ କରି ଛାତପତ୍ର ଦାବି କରିଥାଏ। ଯଦି ଗେ ମ୍ୟାରେଜ ଅର୍ଥାତ ଦୁଇ ପୁରୁଷଙ୍କ ମଧ୍ୟରେ ବିବାହ ହେବ ତେବେ ପତ୍ନୀର ଅଧିକାର କାହାକୁ ମିଳିବ ? ଯଦି ଦୁଷ୍କର୍ମ ଅଭିଯୋଗ ଆସେ ତେବେ କିଏ କାହା ଉପରେ ଲଗାଇବ ? ଯଦି ଦୁଇ ପୁରୁଷ କିମ୍ବା ଦୁଇ ମହିଳା ମଧ୍ୟରେ ବିବାହ ହୁଏ ତେବେ ଆଇନ କାହାକୁ ପତ୍ନୀ ଏବଂ କାହାକୁ ସ୍ଵାମୀର ଅଧିକାର ଦେବ। ଏହା ବିଚାର ଯୋଗ୍ୟ ବୋଲି ସଲିସିଟର ଜେନେରାଲ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଏମିତି ଅଧିକାର ଯାହା ବିଶେଷ କରି ପତ୍ନୀଙ୍କୁ ମିଳିଥାଏ। କିନ୍ତୁ ସମଲିଙ୍ଗୀ ବିବାହ ମାମଲାରେ କାହାକୁ ଏହି ଅଧିକାର ମିଳିବ। କିନ୍ତୁ ଆବେଦନକାରୀଙ୍କ କହିବା କଥା ଉଭୟ ପକ୍ଷଙ୍କୁ ଏହି ଅଧିକାର ମିଳିବା ଉଚିତ୍। ମାତ୍ର ଏଠାରେ ଏକ ସମସ୍ୟା ରହିଛି। ଯଦି ସମଲିଙ୍ଗୀ ବିବାହରେ ଉଭୟଙ୍କୁ ଏମିତି ଅଧିକାର ମିଳିବ ତେବେ ବିପରୀତ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବିବାହରେ କଣ ଏମିତି ଅଧିକାର ମିଳିବ । ଯଦି ସମଲିଙ୍ଗୀ ବିବାହକୁ ମାନ୍ୟତା ଦିଆଯାଏ ତେବେ ସ୍ପେଶାଲ ମ୍ୟାରେଜ୍ ଆକ୍ଟର ଅର୍ଥ ହିଁ ସମାପ୍ତ ହୋଇଯିବ ବୋଲି ସଲିସିଟର ଜେନେରାଲ କହିଛନ୍ତି।

More Stories