Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଏନଡିସିଏଫ କମିଟି ତରଫରୁ ଗଜପତି ପ୍ରଶାସନ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

ପାରଳାଖେମୁଣ୍ଡି;୨୮/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜରିଆରେ ଜାତୀୟ ଦଳିତ ଖ୍ରୀଷ୍ଟିଆନ ଫ୍ରଣ୍ଟ ଆବାହକ ଯୁବ ସମାଜସେବୀ ଆମୋଦ କୁମାର ବର୍ଦ୍ଧନଙ୍କ ନେତୃତ୍ୱରେ ଜାତୀୟ ଦଳିତ ଖ୍ରୀଷ୍ଟିଆନ ଫ୍ରଣ୍ଟ (NDCF) ର ସଦସ୍ୟମାନେ ଗଜପତି ଏଡିଏମଙ୍କୁ ଭେଟି ଦଳିତ ଖ୍ରୀଷ୍ଟିଆନଙ୍କ ବିଷୟରେ ଆଲୋଚନା କରିଥିଲେ ଏବଂ ଗଜପତି ଜିଲ୍ଲା ପ୍ରଶାସନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ମାରକପତ୍ର ଦାଖଲ କରିଛନ୍ତି।୨୪ ସେପ୍ଟେମ୍ବର ୨୦୨୪ ତାରିଖରେ NDCF ଦଳ! ଜଷ୍ଟିସ ରଙ୍ଗନାଥ ମିଶ୍ର କମିଶନଙ୍କ ସୁପାରିଶ ଅନୁଯାୟୀ ଶୁକ୍ରବାର ଦିନ ଭାରତର ଦଳିତ ଖ୍ରୀଷ୍ଟିଆନଙ୍କ ନିକଟରେ ଦଳିତ ଜାତିଗତ ସ୍ଥିତିକୁ ବିସ୍ତାର କରିବା ତଥା ଅନୁସୂଚିତ ଜାତିର ମାନ୍ୟତା ଦେବା ପାଇଁ ସମ୍ବିଧାନ ଆଦେଶ କ୍ରମେ (ଅନୁସୂଚିତ ଜାତି) ୧୯୫୦ ର ପାରାଗ୍ରାଫ ୩ କୁ ଆଧାର କରି ଭାରତର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକପତ୍ର ଦାଖଲ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୁମ୍ମା ଅଞ୍ଚଳର ଦଳିତନେତା ଶ୍ରୀ ମଣ୍ଟୁ ପାଣି ,ଉଦୟଗିରି ଅଞ୍ଚଳର ଦଳିତ ଯୁବନେତା ଶ୍ରୀ ଆକାଶ ସିଂ,ପାରଳାଖେମୁଣ୍ଡି ଅଞ୍ଚଳର ପୁରୁଖା ଦଳିତ ନେତା ଶ୍ରୀ ମନୋରଞ୍ଜନ ଲିମାଙ୍କ ସମେତ ଜିଲ୍ଲାର ବହୁ ଦଳିତ ନେତା ଓ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ