Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଡିଙ୍ଗ ଛକ ନିକଟରେ ଫସିଲା ମାଲବାହୀ ଟ୍ରକ : ପାଞ୍ଚ ଘଣ୍ଟା ଯାତାୟତ ଠପ

କଳାହାଣ୍ଡି, ୨୮/୦୯- କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ କିଡିଙ୍ଗ ନିକଟରେ ଦୁଇଗୋଟି ନୀଳଗିରି ବୋଝେଇ ଟ୍ରକ ଫସିଯିବାରୁ ଆଜି ଦୀର୍ଘ ପାଞ୍ଚ ଘଣ୍ଟା ଯାଏଁ ଏହି ରାସ୍ତାରେ ଯାତାୟତ ଠପ ହୋଇଯାଇଥିଲା। ଖବର ପାଇ ସିକେରକୁପା ପୁଲିସ ଘଟଣାସ୍ଥଳରେ ପହଂଚିବା ସହିତ ରାସ୍ତା ଅବରୋଧ ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିଲା। ତେବେ ରାସ୍ତା ମଝିରେ ଦୁଇଟି ଟ୍ରକ ଫସି ରହିଥିବାରୁ ସମସ୍ୟା ଦେଖାଦେଇଥିଲା। ଦୀର୍ଘ ସମୟର ପ୍ରଚେଷ୍ଟା ପରେ ଟ୍ରକ ଦୁଇଟି ରାସ୍ତାରୁ ହଟିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।