Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାରଳାଖେମୁଣ୍ଡି ଠାରେ ଓଡ଼ିଶା ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ଗଜପତି ଶାଖା ପକ୍ଷରୁ ସାଧାରଣ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ାରଳାଖେମୁଣ୍ଡି:୩୦/୯(ଗରୁଡ ଧ୍ୱଜ ଚୌଧୁରୀ)ଓଡ଼ିଶା ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ଗଜପତି ଶାଖା ପକ୍ଷରୁ ସାଧାରଣ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପ କନଫେରେନ୍ସ ହଲ ଠାରେ ଓଡ଼ିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ଗଜପତି ଶାଖାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଗଜପତି ଶାଖାର ସଭାପତି ରାଜୀବ କୁମାର ପାଢୀଙ୍କ ନେତୃତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଗଣମାଧ୍ୟମ ଜରିଆରେ ନୂତନ ସରକାରଙ୍କୁ ନିବେଦନ କରି ସୂଚନା ଦେଇ କହିଛନ୍ତି ଯେ ଛଟେଇ ହୋଇ ଥିବା ଆଉଟ ସୋର୍ସିଙ୍ଗଙ୍କୁ ପୁନଃ ନିଯୁକ୍ତି ଦିଆଯାଉ । ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ, ଦିନିକିଆ ୱଜେସ ଉଛେଦ କରି ମାସିକିଆ ୱଜେସ କରାଯାଉ । ଏହି କାର୍ଯ୍ୟକ୍ରମରେ ଆଉଟ ସୋର୍ସିଙ୍ଗ ଗଜପତି ଶାଖାର ସମ୍ପାଦକ ପଙ୍କଜ କୁମାର ପଟ୍ଟନାୟକ, କୈଳାସ ଚନ୍ଦ୍ର ରାଉତଙ୍କ ସମେତ ବିଭିନ୍ନ ବିଭାଗର ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

More Stories