Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଗସ୍ତି ନୂଆଗାଁ ସ୍ଥିତ ଚିଦାନନ୍ଦ ଦିବ୍ୟ ଧାମରେ ଆଧ୍ୟାତ୍ମିକ ସମାରୋହ ଅନୁଷ୍ଠିତ

ପାରଳାଖେମୁଣ୍ଡି:୩୦/୯(ଗରୁଡ଼ ଧ୍ୱଜ ଚୌଧୁରୀ)ତାମ୍ପରା ହ୍ରଦ ନିକଟସ୍ଥ ଅଗସ୍ତି ନୂଆଗାଁ ଠାରେ ପ୍ରତିଷ୍ଠିତ ଚିଦାନନ୍ଦ ଦିବ୍ୟଧାମରେ ଆନ୍ତର୍ଜାତିକ ଦିବ୍ୟ ଜୀବନ ସଂଘ ଋଷିକେଶର ନୂତନ ମହାସଚିବ ସ୍ଵାମୀ ଅଦ୍ଵୈତାନନ୍ଦ ସରସ୍ଵତୀଙ୍କ ସ୍ଵାଗତାର୍ଥେ ଏକ ଆଧ୍ୟାତ୍ମିକ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ଵାମୀ ଅଦ୍ଵୈତାନନ୍ଦ ତାଙ୍କ ଭାଷଣରେ ସାମାଜିକ ବିଘଟନକୁ ପ୍ରତିହତ କରିବା ପାଇଁ ଆଧ୍ୟାତ୍ମିକତାବାଦ ଏକମାତ୍ର ପନ୍ଥା ବୋଲି ପ୍ରକାଶ କରିଥିଲେ। ଦିବ୍ୟଧାମର ପ୍ରତିଷ୍ଠାତା ବିପ୍ର ଚରଣ ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉକ୍ତ ସମାରୋହରେ ଭାବ ବିନିମୟ କରିଥିଲେ ସ୍ଵାମୀ ଅକ୍ଷରାନନ୍ଦ, ସ୍ଵାମୀ ଗୁରୁ ଶରଣାନନ୍ଦ, ସ୍ଵାମୀ ବ୍ରହ୍ମାନନ୍ଦ, ସ୍ଵାମୀ ଅନନ୍ତାନନ୍ଦ, ସ୍ଵାମୀ ଧର୍ମାନନ୍ଦ, ସ୍ବାମୀନୀ ସାମ୍ଭବୀ ପ୍ରିୟା, ରାଉରକେଲା ବେଦବ୍ୟାସର ସନ୍ଥ ସ୍ଵାମୀ ବ୍ରହ୍ମ ସାକ୍ଷାତକାରାନନ୍ଦ, ବର୍ଷିୟାନ କବି କବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ପ୍ରବଚକ ତଥା ଆଶ୍ରମ ଟ୍ରଷ୍ଟୀ ଶ୍ରୀଧର ଦାସ ଏବଂ ରାଜ କିଶୋର ମାର୍ଥା । ଆଶ୍ରମ ଦ୍ଵାରା ପରିଚାଳିତ ୧୦ ନିଶୁଳ୍କ ଡିଭାଇନ୍‌‍ ଶିକ୍ଷାକେନ୍ଦ୍ରର ପ୍ରାୟ ୨୦୦ ଛାତ୍ର- ଛାତ୍ରୀ,୨୫ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଦିବ୍ୟ ଜୀବନ ସଂଘ ଶାଖାର ପ୍ରାୟ 500 ଭକ୍ତ ଏଥିରେ ଯୋଗ ଦେଇଥିଲେ । ସମାଗମକୁ ଆଶୀର୍ବଚନ ଦେଇ ମୁଖ୍ୟ ଈଶ୍ଵର ତତ୍ତ୍ବ ଅନୁଭବ ଆମ ଶିକ୍ଷାର ଲକ୍ଷ୍ୟ ଅତିଥ ସ୍ଵାମୀ ଅଦ୍ଵୈତାନନ୍ଦ ସରସ୍ଵତୀ କହିଥିଲେ, ହେବା ଉଚିତ । ନିସ୍କାମ-କର୍ମ, ନଷ୍କପଟ ସ୍ନେହ, ଅହଂକାର ଶୂନ୍ୟ ଜ୍ଞାନ ବିଷୟରେ ଶିକ୍ଷା ବାଲ୍ୟକାଳୁ ପ୍ରାପ୍ତ ହେବା ଉଚିତ । ତେବେ ଯାଇ ଯୁବାକାଳ ମଧ୍ୟ ସଂଯମିତ ହେବ । ସମାଜ ଓ ଦେଶ ହିତରେ ଯୁବାବସ୍ତା ବିନିଯୋଗ ହେବ । ତେଣୁ ଭାରତର ଭବିଷ୍ୟତ ଦାୟାଦଙ୍କ ଠାରେ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଶିକ୍ଷାର ବିକାଶ ହେବା ଆବଶ୍ୟକ । ତେବେ ଯାଇ ସମାଜ ସୁନ୍ଦର ଏବଂ ଦିବ୍ୟ ହୋଇପାରିବ । କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଟ୍ରଷ୍ଟୀ ରାଜେଶ କୁମାର ପାତ୍ର, ଗୋପୀ ନାଥ ମହାରଣ, ପ୍ରଫୁଲ୍ଲ କୁମାର ରଥ, ପ୍ରବାଚିକା ମମତା ପଟ୍ଟନାୟକ, ଶାନ୍ତି ଭୁଷଣ ପଣ୍ଡା, ପତିତ ପାବନ କରଣ ଏବଂ ଅନ୍ୟମାନେ ।ଶେଷରେ ଛାତ୍ରଛାତ୍ରୀମାନେ ଶିକ୍ଷଣୀୟ ଏକାଙ୍କିକା ପରିବେଷଣ କରିଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦୁଇ ହଜାରରୁ ଉର୍ଦ୍ଧ୍ଵ ଭକ୍ତ ଯୋଗ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ