Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ପାରଳାଖେମୁଣ୍ଡି:୨/୧୦(ଗରୁଡ଼ ଧ୍ୱଜ ଚୌଧୁରୀ)ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀ କରଣ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଅଛି । ଏହି ଅବସରରେ ପ୍ରଥମେ ଯୋଗ ଦେଉଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କର ନାମ ପଞ୍ଜୀକରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗ ଗୁରୁଙ୍କ ତତ୍ୱାବଧାନରେ ବରିଷ୍ଠ ନାଗରିକ ମାନେ ଯୋଗ କରିଥିଲେ ଓ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ସ୍ବାସ୍ଥ୍ୟ ମେଳାର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଗଜପତିଙ୍କ ସହ ବିଭିନ୍ନ ସ୍ବାସ୍ଥ୍ୟ ବିଶେଷଜ୍ଞ ଡ଼ାକ୍ତର ଯୋଗ ଦେଇଥିଲେ ଏବଂ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ପରୀକ୍ଷା କରିବା ସଙ୍ଗେ ସଙ୍ଗେ ମାଗଣା ଔଷଧ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୭୮ଜଣ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଅବସରରେ ଉକ୍ତ ସ୍ଥାନରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଆୟୋଜନ କରଯାଇଥିଲା ଉକ୍ତ ସଭାରେ ଶ୍ରୀଯୁକ୍ତ ବିଚିତ୍ରା ନନ୍ଦ ବେବର୍ତ୍ତା, ସଦସ୍ୟ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ କମିଟି,ଗଜପତି, ଶ୍ରୀଯୁକ୍ତ ଲକ୍ଷ୍ମୀ ନୃସିଂହ ରଥ, ସଭାପତି, ବରିଷ୍ଠ ନାଗରିକ ମଞ୍ଚ, ପାରଳାଖେମୁଣ୍ଡି, ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ନିବେଦିତା ରଥ, ଡ଼ାକ୍ତର ମହମ୍ମଦ ମୁବାରକ ଅଲ୍ଲୀ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ
ଗଜପତି ସମ୍ମାନନୀଅ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଡ଼.ଗୁଣନିଧି ନାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ,ଗଜପତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଉତ୍ସର୍ଗୀତା ବଡରଇତ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପାରଳାଖେମୁଣ୍ଡି ପରିଚାଳନା କରିଥିଲେ ଓ ଶ୍ରୀଯକ୍ତ ଅରୁଣ କୁମାର ଉଦୟଭାନୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ରା.ଉଦୟଗିରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫ ଜଣଙ୍କୁ ବରିଷ୍ଠ ନାଗରିକ କ୍ଷେତ୍ରରେ ଉଲ୍ଲେଖନିୟ କାର୍ଯ୍ୟ କରୁଥିବାରୁ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧନା ସହ ସମ୍ମାନିତ କରାଯାଇଥିଲା। ସେହିପରି ମୋଟ ୧୦ ଜଣ ହିତାଧିକାରୀଙ୍କୁ ନୂଆ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଥିଲା। ପରିଶେଷରେ ବରିଷ୍ଠ ନାଗରିକଙ୍କୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ଏକ ଶପଥ ପାଠ କରାଯାଇଥିଲା। ଉକ୍ତ କାର୍ଯକ୍ରମରେ ସମୁଦାୟ ୮୩ ଜଣ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଯୋଗଦେଇଥିବା ବେଳେ ବିଭାଗୀୟ କର୍ମଚାରୀ ସୁମନ ମିଶ୍ର, ରିଙ୍କୁ ମହାରଣା, ୱାଇ.ଅନୁଶା ,ଶେଷଗିରି ବେହେରା ଓ ଗୌରବ ରବିନ ରଇତ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ