Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଳାର ଗୁମ୍ମା ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଛି : ୧ ଲକ୍ଷ ଟଙ୍କାର କାମ ପାଇଁ ୧୯ ହଜାର ପି.ସି

ପାରଳାଖେମୁଣ୍ଡି:୫/୧୦(ଗରୁଡ଼ ଧ୍ୱଜ ଚୌଧୁରୀ) ୭ ଗୋଟି ବ୍ଲକ, ଗୋଟିଏ ମ୍ୟୁନିସିପାଲଟି ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ଗଜପତି ଜିଲ୍ଲା ଗଠନ ହୋଇଥିବା ବେଳେ ଏଥିରେ ୫ଟି ଆଦିବାସୀ ଅଧ୍ୟୁଷିତ ବ୍ଲକ ରହିଛି l ଗଜପତି ଜିଲ୍ଳାର ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳ ଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଗାଇ ଦେଉଥିବା ବେଳେ ଏହି ଅନୁଦାନ ରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅନିୟମିତତା ଚାଲିଥିବା ଅଭିଯୋଗ ହେଉଥିବା ବେଳେ ଏହି କାର୍ଯ୍ୟରେ ଶତକଡା ୨୦ରୁ ୩୦ ଭାଗ ପର୍ୟ୍ୟନ୍ତ ପିସି ଆଦାୟ କରାଯାଉଥିବା ଅଭିଯୋଗ ହେଉଛି l ଗଜପତି ଜିଲ୍ଳାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକରେ ଏକ ଲକ୍ଷ ଟଙ୍କାର ଅନୁଦାନରେ ନିର୍ମାଣ ହୋଇଥିବା ଏକ ରାସ୍ତା କାମରେ ୧୯ ହଜାର ଟଙ୍କା ପି ସି ଆଦାୟ କରାଯାଇଥିବା ନେଇ ଅଭିଯୋଗ ହୋଇଛି ଓଡ଼ିଶା କୁ ଦୁର୍ନୀତି ମୁକ୍ତ କରିବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଥିଲେ ମଧ୍ଯ ଆନ୍ଧ୍ର ପ୍ରଦେଶର ସୀମାନ୍ତରେ ଥିବା ଗଜପତି ଜିଲ୍ଳାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ସହ ଅନ୍ୟାନ୍ୟ ଅଞ୍ଚଳରେ ଦୁର୍ନୀତିର ପାଦୂର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି ସୁଚନା ଯୋଗ୍ୟ ଏହିକି ଯେ ଗୁମ୍ମା ବ୍ଲକର ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ କୁମ୍ବିବା ଗ୍ରାମଠାରେରକ୍ଷଣାବେକ୍ଷଣ ଓ ସିସିି ରୋଡ ବାବିଲା ସାହି ପାଈଁ ଏକ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା l କର୍ଯ୍ୟ ଆଦେଶ ଅନୁଯାୟୀ କୁମ୍ବିବା ଠାରେ ସିସି ରୋଡ କାର୍ଯ୍ୟ ସମ୍ପାଦନ lକରାଯାଇ ଥିଲା l କାର୍ଯ୍ଯ ଶେଷ ହେବା ପରେ ପ୍ରାପ୍ୟ ଏକ ଲକ୍ଷ ଟଙ୍କା ବଦଳରେ ୮୧ ହଜାର ରାସ୍ତା କାର୍ଯ୍ୟ କରୁଥିବା ମହିଳା ବବିଲା ମଣ୍ଡଳଙ୍କୁ ପ୍ରଦାନ କରିଥଲେ l ଗୁମ୍ମା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଉର୍ବଶୀ ପଣୀଙ୍କୁ ଉକ୍ତ ମହିଳା ବବିଲା ଏକ ଲକ୍ଷ ଟଙ୍କା ମୁଁ ପାଇବା ବଦଳରେ ମୋତେ ୮୧ ହଜାର ଟଙ୍କା କାହିଁକି ଦେଉଛନ୍ତି ବୋଲି ପଚାରିବାରୁ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଜଣଙ୍କ କହିଥିଲେ ପିସି ଏବଂ ଅନ୍ୟାନ୍ୟ ବାବଦରେ ୧୯ ହଜାର ଟଙ୍କା କଟା ଯାଇଛି ବଳକା ୮୧ ହଜାର ଟଙ୍କା ନେ ବାକୁ ବାଧ୍ୟ କରିଥଲେ l ଉକ୍ତ ପେଟି ଠିକାଦାର ବବିଲା ମଣ୍ଡଳ ଙ୍କ କହିବା ଅନୁଯାୟୀ ଏହି ସି ସି ରଡର ନିର୍ମାଣ କାର୍ଯ୍ୟରେ ୯୦ ହଜାରରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବାଲି, ସିମେଣ୍ଟ, ମେଟେଲ ଓ ଶ୍ରମିକ ମାନଙ୍କ ମଜୁରୀ ଦରବୃଦ୍ଧି ଯୋଗୁଁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥଲେ ମୁ ଧାର କରଜ ସୂଜିବାକୁ ଭୋଲ ହୋଇଥାନ୍ତା l ଉପରୋକ୍ତ ସମସ୍ତ ସମସ୍ୟା ନେଇ ମୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଜଣାଇବା ପରେ ମଧ୍ଯ ସେ ମୋତେ ୮୧ ହଜାର ଟଙ୍କା ପ୍ରଦାନ କରିଥଲେ ବୋଲି ଗଣ ମାଧ୍ୟମର ପ୍ରତିନିଧି ମାନଙ୍କ ସମ୍ମୁଖରେ ଅଭିଯୋଗ କରିଛନ୍ତି ବବିଲା ମଣ୍ଡଳ l ଏହି ଅଭିଯୋଗ କୁ ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ଗରୁଡ଼ ଧ୍ୱଜ ଚୌଧୁରୀ କାର୍ଯ୍ଯନିର୍ବାହୀ
ଅଧିକାରିଣୀ ଉର୍ବଶୀ ପାଣିଙ୍କୁ ବହୁ ଯୋଗା ଯୋଗ କରିବା ପରେ ମଧ୍ଯ ତାଙ୍କ ସହ ଯୋଗା ଯୋଗ ହୋଇ ପାରିନଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l