Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଲୁଛି କଳା ବାଘ: ଗର୍ଜନ ପାହାଡ଼ର ଘଞ୍ଚ ଜଙ୍ଗଲରେ ବ୍ଲାକ ପାନ୍ଥର ଠାବ

ହେମଗିରି: ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଠାବ ହେଲା ବ୍ଲାକ ପାନ୍ଥର ହେମଗିରି ଫରେଷ୍ଟ ରେଞ୍ଜ ଗର୍ଜନ ପାହାଡ଼ ଜଙ୍ଗଲରେ ଏହି ବ୍ଲାକ୍ ପାନ୍ଥରକୁ ଠାବ କରିଛି ସୁନ୍ଦରଗଡ଼ ବନ ବିଭାଗ । ଏନେଇ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଅଲ୍ ଓଡ଼ିଶା ଲିଓପାର୍ଡ ସର୍ଭେରୁ ମିଳିଛି ଏହି ବ୍ଲାକ ପାନ୍ଥର ଥିବାର ସୂଚନା । ୨୦୨୩ ଡିସେମ୍ବରରେ ମଧ୍ୟ ଏକ ବ୍ଲାକ ପାନ୍ଥର ଠାବ ହୋଇଥିଲା । ଗର୍ଜନ ପାହାଡ଼ରେ ଥିବା ଜଙ୍ଗଲରେ ଅଧିକ କ୍ୟାମେରା ଲଗାଯିବ ଓ ଏହି ବାଘ ବିଷୟରେ ଅଧିକ ତଥ୍ୟ ହାସଲ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ଦୁଇ ଦିନ ପୂର୍ବେ ଶିମିଳିପାଳର ଘଞ୍ଚ ଜଙ୍ଗଲରେ ବି ଠାବ ହୋଇଥିଲା ଏକ କଳା ବାଘ । ଏହାର ଝଲକ କ୍ୟାମେରାରେ କଏଦ ହୋଇଥିଲା । ଏବେ ସୁନ୍ଦରଗଡ଼ରେ ଏକ ବ୍ଲାକ ପାନ୍ଥର ଠାବ ହୋଇଥିବାରୁ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ