Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଆ ଶୁଦ୍ଧିକ୍ରିୟା ପାଇଁ ଯାଇଥିବା ବେଳେ ଘରେ ପଶିଲେ ଚୋର

ଭଦ୍ରକ: ମାଆଙ୍କ ଶୁଦ୍ଧିକ୍ରିୟା ପାଇଁ ପରିବାର ସହ ଗାଁକୁ ଯାଇଥିଲେ । ଏହାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ସୁନା ଅଳଙ୍କାର ସହ ଟଙ୍କା ସବୁ ଲୁଟି ନେଇଗଲେ । ଏପରି ଘଟଣା ଭଦ୍ରକ ଜିଲ୍ଲା ଅପର୍ତ୍ତିବିନ୍ଧା ଅଞ୍ଚଳରେ ଘଟିଛି ।

ଅପର୍ତ୍ତିବିନ୍ଧା ଅଞ୍ଚଳରେ ସୁରେଶ ଚନ୍ଦ୍ର ବାରିକ ନିଜ ପରିବାର ସହ ଭଡାରେ ରହି ଆସୁଛନ୍ତି । ମାଆଙ୍କ ଦେହାନ୍ତ ପରେ ଶୁଦ୍ଧିକ୍ରିୟା ପାଇଁ ସପରିବାରରେ ଗାଁକୁ ଯାଇଥିଲେ । ତେବେ ଘର ମାଲିକ ତାଙ୍କ ଘରର ଝରକା ଖୋଲା ଥିବାବେଳେ କବାଟ ଭଙ୍ଗା ଯାଇଥିବା ଜଣାଇଥିଲେ । ଏହାପରେ ସୁରେଶ ଗାଁରୁ ଫେରି ଆଲମାରିରେ ଥିବା ନଗଦ ଟଙ୍କା ଓ ସୁନା ଗହଣା ଲୁଟ୍‌ ହୋଇଥିବା ଜାଣିବାକୁ ପାଇଥିଲେ ।

ଏଥିସହ ଆଲମାରିରୁ ଜିନିଷ ସବୁ ଛିନଛତ୍ର ହୋଇ ବାହାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍‌ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟେରାଙ୍କୁ ଧରିବାକୁ ଯାଞ୍ଚ ଚଲାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ