Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ୬୮ ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ

ପାରଳାଖେମୁଣ୍ଡି:୭/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ୬୮ ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ ପ୍ରତିଯୋଗିତା-୨୦୨୪-୨୫ (୧୪ ଓ ୧୭ ବର୍ଷରୁ କମ୍ ବୟସର ବାଳକ ବାଳିକା ବର୍ଗ) ଶୁଭ ଉଦଘାଟନ ହୋଇଯାଇଅଛି। ଏହି ପ୍ରତିଯୋଗିତାରେ ରାଜ୍ୟରୁ ୩୦ ଗୋଟି ଜିଲ୍ଳା ଓ ଭୁବନେଶ୍ୱର ସମେତ ୩୧ ଗୋଟି ଦୋଳ ମଧ୍ୟରୁ ୮୧୪ ଜଣ ପ୍ରତିଯୋଗୀ ସାମିଲ ହୋଇଛନ୍ତି। ସେଥି ମଧ୍ୟରୁ ବାଳିକା ୨୪୬ ଜଣ ବାଳକ ୪୪୫ ଜଣ ଓ ୪୦ ଜଣ କ୍ରୀଡ଼ା ଶିକ୍ଷକ ରହିଛନ୍ତି । ଏହି ପ୍ରତିଯୋଗିତା ଆଜି ଠାରୁ ୯ତାରିଖ ପଯ୍ୟନ୍ତ ଅନୁଷ୍ଠିତ ହେବ। ଉକ୍ତ ପ୍ରତିଯୋଗିତାରେ ପ୍ରତ୍ୟେକ ଜିଲ୍ଲାରୁ ଶ୍ରେଷ୍ଠ ବିଜେତା ହୋଇଥିବା ଦଳ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ। ଏହି ପ୍ରତିଯୋଗିତାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଶ୍ରୀ ଗାବରା ତ୍ରିରୁପତି ରାଓ, ସଭାପତି ଜିଲ୍ଲାପରିଷଦ ଗଜପତି, ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା, ପୌରପରିଷଦ ପାରଳାଖେମୁଣ୍ଡି,ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ଡି.ରାଜେଶ୍ କୁମାର, ପାରଳାଖେମୁଣ୍ଡି ବିଧାୟକଙ୍କ ପ୍ରତିନିଧି ଶ୍ରୀ କରିମ୍ ଅପାରାଓ, ଶ୍ରୀ ଜ୍ୟୋତି ପ୍ରସାଦ ପରିଡ଼ା, ସହକାରୀ ନିର୍ଦ୍ଦେଶକ, ଶାରୀରିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶା,ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ, ଡେପୁଟି କଲେକ୍ଟର ତଥା ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଗଜପତି, ଡିଏସପି ଡ଼.ଚନ୍ଦ୍ର ଶେଖର ହୋତା, ଡ଼.ମାୟାଧର ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଗଜପତି, ଶ୍ରୀ ମନୋଜ ରଞ୍ଜନ ଦଲେଇ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗଜପତି ଓ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ,ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ଗଜପତି ଓ ମୁଖ୍ୟ ବକ୍ତା ଭାବରେ ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ପ୍ରମୁଖ ମଞ୍ଚାଷୀନ ଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶ ରାଜ୍ୟସ୍ତରୀୟ କ୍ରୀଡ଼ା ପତାକା ଉତ୍ତୋଳନ କରି କହିଥିଲେ ଯେ ଗଜପତି ଜିଲ୍ଲାରେ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ଆୟୋଜିତ ହେଇଥିବାରୁ ଅମୋ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ। ଏହି
ପ୍ରତିଯୋଗୀତାରେ ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା ଲୁକାୟିତ କ୍ରୀଡ଼ା ପ୍ରତିଭାକୁ ବିକଶିତ କରିବା ସହିତ ପ୍ରତିଯୋଗୀତାର ସମସ୍ତ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ। ପରେ ପରେ ମା ପାଇଁ ଗଛଟିଏ ଷ୍ଟାଡିୟମ୍ ପରିସରରେ ଅତିଥି ମାନଙ୍କ ଦ୍ବାରା ବୃକ୍ଷ ରୋପଣ କରାଯାଇଛି। ଶେଷରେ ଶ୍ରୀ ସୁରେନ୍ଦ୍ର ପାତ୍ର,ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ଗଜପତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରିବା ନିମନ୍ତେ ଆଜି ଠାରୁ ଆସନ୍ତା ୯ ରିଖପଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାରେ ୬ ଘଟିକା ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି କାର୍ଯ୍ୟକ୍ରମରେ ଶ୍ରୀ ଏ.ରବି କୁମାର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗଜପତି ସମେତ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣ, ଶ୍ରୀ ପ୍ରିୟ ଦର୍ଶୀ ମିଶ୍ର, ସନ୍ତୋଷ ପ୍ରସାଦ ପଣ୍ଡା, ଲିଙ୍ଗରାଜ ସାହୁ, ଧୀରେନ୍ଦ୍ର ସାମଲ, ଇଶ୍ଵର ସାମଲ ଅଭିନ୍ନ ମିଶ୍ର, ତପଶ୍ୱନି ପଣ୍ଡା, ରେଖା ରାଣୀ ଦେଓ, ଦର୍ଷିତା ପଟ୍ଟନାୟକ ସହ ଜିଲ୍ଲାରୁ ୧୦୦ ରୁ ଉର୍ଦ୍ଧ୍ବ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେବା ସହ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ବେଳେ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଲତା ମିଶ୍ର ଓ ଶିକ୍ଷକ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ