ଗଜପତି ଜିଲ୍ଲାରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ


ପାରଳାଖେମୁଣ୍ଡି:୧୦/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)କଥାରେ ଅଛି ଝିଅ ବଞ୍ଚିଲେ ସୃଷ୍ଟି ରହିବ । ଏହାର ତାତ୍ପର୍ଯ୍ୟ ହେଲା ଯଦି ଝିଅଟିକୁ ଜନ୍ମ ଦେବା, ଜନ୍ମ ପରେ ଉଚିତ୍ ମାନର ଶିକ୍ଷା, ପୃଷ୍ଟିକର ଖାଦ୍ୟ ଏବଂ ସମ୍ମାନ ପାଇବ ତେବେ ସେ ଦେଶ ଗଢିବାରେ ସହାୟକ ହେବ। ଏହି ଉକ୍ତିଟିକୁ ଅବ୍ୟାହତ ରଖିବା ନିମନ୍ତେ ଆଜି ଗଜପତି ଜିଲ୍ଲାରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଶିଶୁ କନ୍ୟା ମାନଙ୍କ ନିମନ୍ତେ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍ଘାଟନ କରିଥିଲେ। ପରେ ଶ୍ରୀ ଦାଶ ଉପସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉପସ୍ଥିତ ସମସ୍ତ ଶିଶୁକନ୍ୟାମାନଙ୍କୁ ଅଭିନନ୍ଦନ କରିବା ସହ ସେମାନଙ୍କ ପାଇଁ ଆଜିର ଦିନଟି ଉତ୍ସର୍ଗିକୃତ ହୋଇଥିବା କହିଥିଲେ। ଯଦି ଶିଶୁକନ୍ୟାମାନେ ନିଜର ଲକ୍ଷ୍ୟ ରଖି କାର୍ଯ୍ୟ କରିବେ ତାହା ହେଲେ ସେମାନେ ନିଶ୍ଚୟ ଭଲ ମଣିଷ ହେବା ସହ ଦେଶ ଗଢ଼ିବାରେ ସହାୟକ ହେବେ ।ସମ୍ମାନିତ ଅତିଥି ରୁପେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମନୋରମା ଦେବୀ ଯୋଗଦେଇ ସମସ୍ତ ଶିଶୁ କନ୍ୟା କିପରି ସରକାରଙ୍କର ବିଭିନ୍ନ ଯୋଜନାରେ ଯୋଡ଼ି ହୋଇ ନିଜର ଲକ୍ଷ୍ୟ ରେ ଆଗକୁ ଯିବେ ତାହା ଭଗବାନଙ୍କ ପାଖରେ କାମନା କରିଥିଲେ।ଏହି ପରିପ୍ରେକ୍ଷୀରେ ଶିଶୁକନ୍ୟାମାନେ ଜିଲ୍ଲାପାଳଙ୍କ ସହ ମିଶି କେକ୍ କାଟିଥିଲେ ଏବଂ ଜିଲ୍ଲାପାଳ ଶିଶୁମାନଙ୍କ କେକ୍ ଖୁଆଇଥଲେ । ଏହି ଅବସରରେ ଜିଲ୍ଲାରେ ମହିଳା ଏବଂ ଶିଶୁମାନଙ୍କ ସୁରକ୍ଷା ଦିଗରେ ସ୍ବେଚ୍ଛାକୃତ ଭାବେ କାମ କରିଆସୁଥିବା 6 ଜଣ ମହିଳା ଯଥା ଶ୍ରୀମତୀ ଅନୀତା ଦାସ, ରା.ଉଦୟଗିରି, ସୁଶ୍ରୀ ମିନତୀ ପାଢ଼ୀ, ସୋବରା, ଶ୍ରୀମତି
ଅନୀତା ନାୟକ, ମୋହନା, ଶ୍ରୀମତୀ ନିର୍ମଳା ପଟ୍ଟନାୟକ, ରା.ଉଦୟଗିରି, ଶ୍ରୀମତୀ ପି. ସୁନିତା, ପାରଳାଖେମୁଣ୍ଡି ଏବଂ ସୁଶ୍ରୀ ସରୋଜିନୀ ରଇତ, ପାରଳାଖେମୁଣ୍ଡି ଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ ।ଏହି ଉଦ୍ଦେଶ୍ୟରେ ସଭାଗୃହ ରେ ଉପସ୍ଥିତ ସମସ୍ତ ଶିଶୁ କନ୍ୟା ଏବଂ କର୍ମଚାରୀ ଆଗାମୀ ଦିନରେ ଶିଶୁ କନ୍ୟା ମାନଙ୍କ ସୁରକ୍ଷା ଦେବା ନିମନ୍ତେ ଶପଥ ପାଠ କରିଥିଲେ ।ପରବର୍ତ୍ତି ମୁହୁର୍ତ୍ତରେ ଜିଲ୍ଲାପାଳ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ଯାଇ ସଦ୍ୟ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ମାଁ ମାନଙ୍କୁ ବେବିକିଟ୍, ପ୍ରମାଣପତ୍ର ଦେବା ସହ ଚକୋଲେଟ୍ ପ୍ରଦାନ କରିଥିଲେ ଯାହାକି ସେମାନେ ନିଜର ଅଞ୍ଚଳରେ ଯାଇ ବାଣ୍ଟିବେ ।ଅନ୍ୟମାନଙ୍କ ମଧ୍ୟରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼.ମହେନ୍ଦ୍ର ରଇତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ, ଏକ୍ସନ ଏଡ଼୍ ର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଶେଷ ଦେବ ଏବଂ ଜିଲ୍ଲା ଶିଶୁ ସରୁକ୍ଷା ୟୁନିଟ୍, ଉତ୍କଳ ବାଳାଶ୍ରମ ଏବଂ ଚାଇଲ୍ଡ଼ ହେଲ୍ପ ଲାଇନ୍ ର ସମସ୍ତ ସଦସ୍ୟ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଗଜପତି ଜିଲ୍ଲାରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ…. ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡି,୧୯/୭(ଗରୁଡ ଧ୍ୱଜ ଚୌଧୁରୀ) ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରି ଓଡ଼ିଶାର 3 ଗୋଟି ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ବ୍ୟର୍ଥ ଉଦ୍ୟମକୁ କେବେ ବି ସଫଳ କରି ଦିଆଯିବନାହିଁ. ଓଡିଶା ତଥା ଗଜପତି ଜିଲ୍ଲାର ପରିସୀମା ମଧରେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ ପ୍ରବେଶ ଓ ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟକୁ କେବେ ବି ପ୍ରଶୟ ଦିଆ ଯିବନାହିଁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଦୃଢତାର ସହ ପ୍ରକାଶ କରିଛନ୍ତି.ଏହି ଘଟଣା ନେଇ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଆକସନ୍ ମୁଡ୍‌ରେ ରହିଥ‌ିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଆମରିଙ୍ଗି ଓ ବୁରୁସିଂ ଆଦି 3 ଗୋଟି ଗ୍ରାମକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ପଣ୍ଡା ପହଞ୍ଚି ଲୋକଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆନ୍ଧ୍ରର କୌଣସି ଅଧିକାରୀ ଆସିଲେ ଡରିବାର ନାହିଁ. ତୁରନ୍ତ ପ୍ରଶାସନକୁ ଜଣାଇବାକୁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଛନ୍ତି. ଓଡ଼ିଶା ଜାଗା ଛାଡିବୁନି କି ଆନ୍ଧ୍ର ଜାଗା ମାଡ଼ିବୁ ନାହିଁ ବୋଲି ଜିଲ୍ଲାପାଳ ବିଜୟ କୁମାର ଦାସ ଗ୍ରାମବାସୀମାନଙ୍କୁ ଦୃଢତାର ସହ ପ୍ରକାଶ କରିଛନ୍ତି। ଏଥିସହ ମାଣିକପାଟଣାରେ ତିଆରି ହୋଇଥିବା ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲି ଦେଖୁବା ସହ ଉକ୍ତ କେନ୍ଦ୍ରର ସୀମା ଚିହ୍ନଟ ପାଇଁ ରାୟଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୀମାକୁ ନେଇ କୌଣସି ବିବାଦ ନାହିଁ ଉନ୍ନୟନ କାର୍ଯ୍ୟ ହୋଇଥିବା ଅଞ୍ଚଳ ଓଡ଼ିଶାର, ଓଡ଼ିଶା ସୀମା ଭିତରେ ହିଁ ରହିଛି. ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏହି ଅଞ୍ଚଳ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିବା ପରେ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାପାଳଙ୍କୁ ଚିଠି ଲେଖୁ ଜଣାଇ ଦିଆଯାଇଛି। ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ସିଡିପିଓ ବି. କାମଳାଙ୍ଗୀ, ଏସ୍‌ ଡିପିଓ ମାଧବାନନ୍ଦ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପ୍ରମୁଖଙ୍କ ସହ କେତେଜଣ ପ୍ରଶାସନିକ ଅଧିକାରୀ ଏହି 3 ଗୋଟି ଗ୍ରାମକୁ ଉପଜିଲ୍ଲାପାଳଙ୍କ ସହ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିଥିଲେ। ମୋଟାମୋଟି ଭାବେ ଏହି ସମସ୍ତ ଅଞ୍ଚଳ କେବଳ ଓଡିଶାର ଏବଂ ଗଜପତି ଜିଲ୍ଲା ଅଧୀନରେ ରହିଥିବା ସ୍ପଷ୍ଟ ହୋଇଯାଇଛି. ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଆହୁରି ଅନେକ ବିକାଶମୂଳକ ଜନ ହିତକର କାର୍ଯ୍ୟ କରାଯିବ. ତେଣୁ ଅଞ୍ଚଳବାସୀ ଆନ୍ଧ୍ରର କେତେକ ଅଧିକାରୀଙ୍କ ବିଭ୍ରାନ୍ତିମୂଳକ ଓ ଭୁଲ ତଥ୍ୟକୁ କୌଣସି ଭାବେ ଗୁରୁତ୍ୱ ନ ଦେଇ ଓଡିଶା ପ୍ରଶାସନର ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ନିଜ ନିଜକୁ ସାମିଲ କରି ଏହି ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି.