Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ପଞ୍ଚାୟତିରାଜ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ

କଳାହାଣ୍ଡି,୧୬/୧୦-ଦୁଇଦି ନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ଆଜି ଦ୍ଵିତୀୟ ଦିନରେ ଲାଞ୍ଜିଗଡ ବ୍ଲକ ଗସ୍ତ କରିବା ସହିତ ବିଭିନ୍ନ ପ୍ରକଳ୍ପର ପରିଦର୍ଶନ କରିଛନ୍ତି। ଶ୍ରୀ ଲୋହାନୀ ଆଜି ଭବାନୀପାଟଣାରୁ ବାହାରି ଭଟାଙ୍ଗପଦର ଦେଇ ଲାଞ୍ଜି ପଂଚାୟତର ଚର୍ଚ୍ଚିତ ବିକାଶ ନଗର ପରିଦର୍ଶନ କରିଥିଲେ। ପାହାଡ଼ ଉପରେ ବସବାସ କରୁଥିବା ଉପର ନଙ୍ଗଳବାହାଲିର ୧୨ଟି ଆଦିବାସୀ ପରିବାରକୁ ପାହାଡ଼ ତଳେ ଥଇଥାନ କରିବାକୁ ତତ୍କାଳୀନ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଦ୍ୱାରା ବିକାଶ ନଗରର ପରିକଳ୍ପନା କରାଯାଇଥିବାବେଳେ ଆଜି ଏହାର ସଫଳ ରୂପରେଖ ଦେଖି ବେଶ ଖୁସି ବ୍ୟକ୍ତ କରିଥିଲେ ଶ୍ରୀ ଲୋହାନୀ। ଏହାପରେ ଶ୍ରୀ ଲୋହାନୀ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହିତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ନାଗରିକ କମିଟି ପକ୍ଷରୁ ଡାକ୍ତରଙ୍କ ଅବହେଳା, ବିପର୍ଯ୍ୟସ୍ତ ରୋଗୀସେବା, ଶବ ବ୍ୟବଛେଦ ଗୃହ, ଶବ ବାହକ ଗାଡ଼ି ପାଇଁ ଅଭିଯୋଗ କରିବା ସହିତ କଳାହାଣ୍ଡି ପୂର୍ତ୍ତ ବିଭାଗ ଦ୍ୱାରା ନିମ୍ନ ମାନର କାମକୁ ନେଇ ଅଭିଯୋଗ କରାଯାଇଥିଲା। ଏହାପରେ ଶ୍ରୀ ଲୋହାନୀ ବିଶ୍ୱନାଥପୁର ପଞ୍ଚାୟତ ସୀତାପୁରସ୍ଥିତ ବସୁଧା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରିଥିଲେ। ସେଠାରୁ ଚମ୍ପାଦେଇପୁର ପଂଚାୟତ ସାପୁଲକୁଚାସ୍ଥିତ ଅମୃତ ସରୋବର ପରିଦର୍ଶନ କରିଥିଲେ। ସେଠାରୁ ମାଓ ପ୍ରବଣ ତ୍ରିଲୋଚନପୁର ପଂଚାୟତ ଫୁଲଡୁମେର ଗସ୍ତ କରିବା ସହିତ କୁଟିଆ କନ୍ଧ ଜନଜାତିର ପୁରୁଷ ଓ ମହିଳାଙ୍କ ସହିତ ମତ ବିନିମୟ କରିଥିଲେ। ଏହାପରେ ଶ୍ରୀ ଲୋହାନୀ ଜଗନ୍ନାଥପୁର ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ସରପଞ୍ଚ ମୁଗାନା ମାଝୀ ଓ ନିର୍ବାହୀ ଅଧିକାରୀ ତାପସ କୁମାର ସାହୁଙ୍କ ସହିତ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି ବିଶ୍ୱନାଥପୁରସ୍ଥିତ ମିଶନ ଶକ୍ତି କାଫେରେ ମଧ୍ୟାହ୍ନଭୋଜନ ଗ୍ରହଣ କରିବା ସହିତ ଖାଦ୍ୟ ପ୍ରସ୍ତୁତି ଦାୟିତ୍ୱରେ ଥିବା ମାଆ ଠାକୁରାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପ୍ରଶଂସା କରିଥିଲେ। ଶ୍ରୀ ଲୋହାନୀଙ୍କ ସହିତ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମାନ ଚକମା, ସିଡିଏମଓ ସୁଚେତା ପାଣି, ଡିପିଏମଓ ଭବାନୀ ଶଙ୍କର ସାହୁଙ୍କ ସମେତ ଲାଞ୍ଜିଗଡ ବ୍ଲକ ବିଡ଼ିଓ ଶଶାଙ୍କ ପାତ୍ର, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ମେଡିକାଲ ଅଫିସର ଡା. ଭବାନୀ ଶଙ୍କର ଲେଙ୍କାଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ