Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଶୀଲ ଲୋହାନୀଙ୍କ ନିଆରା ଅନ୍ଦାଜ : ନିୟମଗିରିରେ ବୃକ୍ଷରୋପଣ କଲେ, ମିଶନଶକ୍ତି କାଫେରେ ଖାଇଲେ

କଳାହାଣ୍ଡି,୧୬/୧୦-କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀଙ୍କ ନିଆରା ଅନ୍ଦାଜ ଆଜି ଲାଞ୍ଜିଗଡ ବ୍ଲକ ଗସ୍ତ ସମୟରେ ଚର୍ଚ୍ଚାର ବିଷୟ ହୋଇଛି। ଶ୍ରୀ ଲୋହାନୀ ଆଜି ଦୁର୍ଗମ ତଥା ମାଓ ପ୍ରବଣ ତ୍ରିଲୋଚନପୁର ଗସ୍ତ କରିବା ସହିତ ନିୟମଗିରି ପାହାଡ଼ ଉପରେ ଥିବା କୁଟିଆ କନ୍ଧଙ୍କ ଗାଁ ଫୁଲଡୁମେରକୁ ଯିବା ସହିତ ସେଠାରେ କୁଟିଆ କନ୍ଧ ଜନଜାତିର ପୁରୁଷ ଓ ମହିଳାଙ୍କୁ ସେମାନଙ୍କୁ ମିଳୁଥିବା ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ। ଶ୍ରୀ ଲୋହାନୀଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଏହି ଗସ୍ତରେ ସାମିଲ ଥିବାବେଳେ ଅଧିକାରୀମାନଙ୍କୁ ଗାଁ ଲୋକେ ପାରମ୍ପରିକ ବେଶ ପୋଷାକରେ ସଜ୍ଜିତ ହୋଇ ଭବ୍ୟ ସ୍ୱାଗତ କରିଥିଲେ। ଏହି ଅବସରରେ ଗାଁରେ ଶ୍ରୀ ଲୋହାନୀ ବୃକ୍ଷରୋପଣ କରିଥିଲେ। ଏହାପରେ ଶ୍ରୀ ଲୋହାନୀ ଫେରିବା ବାଟରେ ବିଶ୍ୱନାଥପୁର ପିଡବ୍ଲ୍ୟୁଡି ବଙ୍ଗଳାରେ ତାଙ୍କ ପାଇଁ ଖାଇବା ବ୍ୟବସ୍ଥା କରିଥିଲା ବ୍ଲକ ପ୍ରଶାସନ। କିନ୍ତୁ ଶ୍ରୀ ଲୋହାନୀ ସେଇଠି ନଖାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି କାଫେରେ ଖାଇବାକୁ ଇଛା ପ୍ରକାଶ କରିଥିଲେ। ସେଠାରେ ଖାଇବା ପରେ କାଫେରେ ଖାଦ୍ୟ ପ୍ରସ୍ତୁତି ଦାୟିତ୍ୱରେ ଥିବା ମାଆ ଠାକୁରାଣୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ବେଶ ପ୍ରଶଂସା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ