ଆଜି ସିବିଆଇରେ ହାଜର ହେବେ ସତ୍ୟପାଲ ମଲ୍ଲିକ


ନୂଆଦିଲ୍ଲୀ: ଆଜି ସିବିଆଇରେ ହାଜର ହେବେ ସତ୍ୟପାଲ ମଲ୍ଲିକ। ଜାମ୍ମୁ କାଶ୍ମୀରରେ ତାଙ୍କ କାର୍ଯ୍ୟକାଳରେ ଲାଗୁ ହେବାକୁ ଥିବା ରିଲାଏନ୍ସ ଇନ୍ସୁରାନ୍ସ ଦୁର୍ନୀତିକୁ ଜେରା କରିବ କେନ୍ଦ୍ରୀୟ ଏଜେନ୍ସି । ଏ ନେଇ ପୂର୍ବରୁ ନୋଟିସ ଜାରି କରିଥିଲା ସିବିଆଇ।

ନିକଟରେ ଏକ ସାକ୍ଷାତକାରରେ ଇନ୍ୟୁରାନ୍ସରେ ଥିବା ଦୁର୍ବଳତା ଯୋଗୁଁ ସେ ଅନୁମତି ଦେଇନଥିବା କହିଥିଲେ । ବିଜେପିର ଜଣେ ବଡ଼ ନେତା ଏହି ଇନସୁରାନ୍ସକୁ କ୍ଲିୟର କରିବା ପାଇଁ ଚାପ ପକାଇଥିବା ମଧ୍ୟ କହିଥିଲେ ସତ୍ୟପାଲ । ଏଥିସହ ଇନସୁରାନ୍ସ ପାଇଁ ଯେଉଁଠି ଚିକିତ୍ସା କରାଯାଇଥାନ୍ତା ସେଗୁଡିକ ନିମ୍ନ ମାନର ହସ୍ପିଟାଲ ବୋଲି ସତ୍ୟପାଲ ମଲ୍ଲିକ କହିଥିଲେ  ।

ସତ୍ୟପାଲ ମଲ୍ଲିକଙ୍କ ଏଭଳି ବୟାନ ପରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା । ସିବିଆଇ ନୋଟିସ ଆସିପାରେ ବୋଲି ପୂର୍ବରୁ ସତ୍ୟପାଲ ମଲ୍ଲିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ହେଲେ ତାଙ୍କ ମୁହଁ ବିଜେପି ବନ୍ଦ କରିପାରିବ ନାହିଁ ବୋଲି ସେ କହିଥିଲେ।