Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପତ୍ନୀଙ୍କ ସହ ଜଗା ଦର୍ଶନ କଲେ ସେଫ୍‌ ସଞ୍ଜୀବ କପୁର

ପୁରୀ: ଜଗା ଦର୍ଶନ କଲେ ଭାରତର ପ୍ରସିଦ୍ଧ ସେଫ୍‌ ସଞ୍ଜୀବ କପୁର ଓ ତାଙ୍କ ପତ୍ନୀ ଅଲ୍ୟନା କପୁର। । ଜଗା ଦର୍ଶନ କରି ଭାଵବିହ୍ଵଳ ହୋଇଛନ୍ତି ସଞ୍ଜୀବ କପୁର। ଏପରି ଦିବ୍ୟ

ଦର୍ଶନ ଭାଗ୍ୟରେ ଥିଲେ ମିଳେ ବୋଲି କହିଛନ୍ତି ସଞ୍ଜୀବ କପୁର । ଯିଏ ଯେଉଁ କାମ କରୁ ବା ଯେଉଁଠାକୁ ଯାଉ,ହେଲେ ଶ୍ରୀମନ୍ଦିର ନିଶ୍ଚୟ ଯାଇଥାଏ ।ସେ ନିଜେ ମଧ୍ୟ ଯେତେଥର ଓଡିଶା ଆସିଛନ୍ତି ଶ୍ରୀମନ୍ଦିର ଯାଇ କଳାଠାକୁରଙ୍କ ଦର୍ଶନ କରିଛନ୍ତି ବୋଲି  ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଶ୍ରୀ  କପୁର କହିଛନ୍ତି  । ଶ୍ରୀ କପୁର କହିଛନ୍ତି, ସେ ଯେତେବେଳେ ଭୁବନେଶ୍ୱର ଆସନ୍ତି, ପୁରୀ ଆସି ଜଗା ଦର୍ଶନ କରିବାକୁ ଚେଷ୍ଟା କରିଥାନ୍ତି ।

ଏସିଆର ସର୍ବବୃହତ କୁକିଙ୍ଗ ଶୋ “ଖାନା ଖଜାନା” ର ହୋଷ୍ଟ କରୁଥିଲେ ସଞ୍ଜୀବ  । ସେ ଏହି ଶୋ’ ପାଇଁ ୨୦୧୦ରେ  ସର୍ବାଧିକ ୫୦୦ ମିଲିଅନ ଭିୟୁର ହାସଲ କରିଥିଲେ। ୨୦୧୭ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ