Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଜପତି ଅବକାରୀ ବିଭାଗ ଶୋଇଛି ଗଜପତି ପୋଲିସ ମଦ ଠୁ ଆରମ୍ଭ କରି ଗଞ୍ଜେଇ ଧରୁଛି,୨୧୬ କେଜିରୁ ଊର୍ଦ୍ଧ୍ବ ଗଜପତି ଅବକାରୀ ବିଭାଗ ଶୋଇଛି ଗଜପତି ପୋଲିସ ମଦ ଠୁ ଆରମ୍ଭ କରି ଗଞ୍ଜେଇ ଧରୁଛି,୨୧୬ କେଜିରୁଉର୍ଦ୍ଧ ଗଞ୍ଜେଇ ସହ କାର ଜବତ, ୨ ଗିରଫ

ପାରଳାଖେମୁଣ୍ଡି:୨୩/୧୦(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା । ୨୧୬ କେଜି ୫୦୦ ଗ୍ରାମ ଗଞ୍ଜେଇକୁ ଜବତ କରିଥିବା ବେଳେ ଚାଲାଣରେ ବ୍ୟବହୃତ ଏକ କାରକୁ ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଦୁଇ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏନେଇ ମଙ୍ଗଳବାର ଗଜପତି ପୁଲିସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି । ସୂଚନା ମୁତାବକ ମଧ୍ୟାହ୍ନରେ ଆର୍ ଉଦୟଗିରି ଥାନାର ଏସ୍‌ଆଇ ସନ୍ଦୀପ ହେମ୍ବ୍ରମଙ୍କ ସମେତ ଥାନାର ଅନ୍ୟାନ୍ୟ ପୁଲିସ କର୍ମଚାରୀ ପରିମଳ- ଏନ୍. ଝାଲାରସିଂ ମୁଖ୍ୟରାସ୍ତା ଅନ୍ତର୍ଗତ ପଣସପଦର ଛକ ଦେଇ ଯାଉଥିବା ଏକ କାରକୁ ଯାଞ୍ଚ ପାଇଁ ଅଟକାଇଥିଲେ । ଯାଞ୍ଚ ବେଳେ ସେଥିରେ ୭ ଜରି ବ୍ୟାଗରେ ଗଞ୍ଜେଇ ଥିବା ଦେଖ‌ିବାକୁ ପାଇଥିଲେ । ଏହାପରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ନୂଆଗଡ ତହସିଲଦାର ଡ. ମୋନାଲିସା ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇଓଜନ କରାଯାଇଥିଲା | ଓଜନ ବେଳେ ୨୧୬ କେଜି ୫୦୦ ଗ୍ରାମ ଓଜନର ଗଞ୍ଜେଇ ଥିବା ଜଣାପଡିଥିଲା। ଏହାର ଆନୁମାନିକ ମୂଲ୍ୟ 37 ଲକ୍ଷ 49 ହଜାର ହେବ ବୋଲି ସୂଚନା ମିଳିଛି. ଗଞ୍ଜେଇ ଚାଲାଣ କରୁଥିବା ୩ ଜଣ ଚାଲାଣକାରୀଙ୍କ ମଧ୍ୟରୁ ଘଟଣାସ୍ଥଳରୁ ଜଣେ ଖସି ପଳାଇଥିବା ବେଳେ ଧରାପଡିଥିବା ଦୁଇ ଅଭିଯୁକ୍ତ ହେଲେ ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୋରିବନ୍ଧା ଗ୍ରାମର ପ୍ରସାଦ ଗାଣ୍ଟା (୨୫) ଏବଂ ଗଜପତି ଜିଲ୍ଲାର ଉଦୟଗିରି ଥାନା ଅନ୍ତର୍ଗତ ଆଟିଲିମ୍ମା ଗ୍ରାମର ରାନୁ ବଣିଆ (୧୯)ଙ୍କୁ ଧରିଥିଲେ ପୁଲିସ ଦଳ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୬ ଲକ୍ଷ ୪୯ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏନେଇ ରା.ଉଦୟଗିରି ଥାନାରେ ଏମ ମାମଲା ରୁକ୍ଲ କରାଯାଇ ଏହି ଘଟଣାର ତଦନ୍ତ ଏସ୍‌ଆଇ ସ୍ବପ୍ନାରାଣୀ ବେହେରା କରୁଥିବା ସୂଚନା ପ୍ରଦାନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରା. ଉଦୟଗିରି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଉପସ୍ଥିତ ଥିଲେ |

More Stories