Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳରେ ଜଳାପୋଡା, ଇଣ୍ଟରନେଟ୍ ବନ୍ଦ, ୧୪୪ ଧାରା ଜାରି

ଇମ୍ଫାଲ: ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ କାର୍ଯ୍ୟକ୍ରମ ସ୍ଥଳରେ ଜଳାପୋଡା ଏବଂ ଭଙ୍ଗାରୁଜା ପରି ଅଭାବନୀୟ ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ରାଜ୍ୟର ଚୁରାଚାନ୍ଦପୁରର ନ୍ୟୁ ଲମକାରେ ଜିମ୍ କମ ସ୍ପୋର୍ଟ୍ସର ଉଦଘାଟନ କରିବାର
କାର୍ଯ୍ୟକ୍ରମ ଥିଲା। ତେବେ ଏହା ପୂର୍ବରୁ ଘଟିଥିବା ହିଂସା ଯୋଗୁଁ ଅଞ୍ଚଳରେ ଅସ୍ଥାୟୀ ଭାବେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏଥିସହ ଚୁରାଚାନ୍ଦପୁରରେ ୧୪୪ ଧାରା ଜାରି କରାଯାଇଛି।

ଆକ୍ରୋଶିତ ଲୋକଙ୍କୁ ଆୟୋଜନ ସ୍ଥଳରେ ଚୌକି ଏବଂ ଅନ୍ୟ ସଂପତ୍ତି ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଛି। ନବନିର୍ମିତ ଜିମର କ୍ରୀଡା ଉପକରଣରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ପୋଲିସ ତୁରନ୍ତ ଭିଡକୁ ଘଉଡାଇ ଥିଲେ ହେଁ କାର୍ଯ୍ୟକ୍ରମରେ ଥିବା ଶତାଧିକ ଚୌକି ନିଆଁରେ ଜଳି ଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଚୁରାଚାନ୍ଦପୁର ପ୍ରଶାସନ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି। ତଥାପି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଜିଲ୍ଲା ପ୍ରଶାସନ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ କରି ନାହାନ୍ତି ଯେ, ହିଂସା କାରଣରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରଦ୍ଦ ହୋଇଛି କି ନାହିଁ।

ସ୍ଵଦେଶୀ ଜନଜାତୀୟ ନେତାଙ୍କ ମଞ୍ଚ ଏହି କାଣ୍ଡ ଘଟାଇଥିବା କୁହାଯାଉଛି। ଏହି ମଞ୍ଚ ଆର୍ଦ୍ରଭୂମି ବ୍ୟତୀତ ସଂରକ୍ଷଣ ବନାଞ୍ଚଳରେ ବିଜେପି ନେତୃତ୍ଵାଧୀନ ରାଜ୍ୟ ସରକାରଙ୍କ ସର୍ବେକ୍ଷେଣ ଉପରେ ଆପତ୍ତି ଉଠାଇ ଆସିଛି। ଜନଜାତୀୟ ମଞ୍ଚ ଗୀର୍ଜାଘର ଭଙ୍ଗା ଯିବା ଉପରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ସେମାନେ ରାଜ୍ୟ ସରକାରଙ୍କ ବିରୋଧରେ ଅସହଯୋଗ ଅଭିଯାନ ଚଲାଇବା ପାଇଁ ବିବଶ ବୋଲି ମଞ୍ଚ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ