Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମଲିଙ୍ଗୀ ବିବାହ ମାମଲା ଉପରେ ଅଦାଲତ ନୁହେଁ, ଲୋକଙ୍କୁ ନିଷ୍ପତ୍ତି କରିବା ଉଚିତ୍: କିରେନ ରିଜିଜୁ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ଦାବିରେ ଆଗତ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। କେନ୍ଦ୍ର ସରକାର ସମଲିଙ୍ଗ ବିବାହ ବିପକ୍ଷରେ ଅଛନ୍ତି। ଇତି ମଧ୍ୟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ବିବାହ ପରି ଗୁରୁତ୍ଵପୂର୍ଣ୍ଣ କାମର ନିଷ୍ପତ୍ତି ଦେଶର ଜନତାଙ୍କୁ କରିବା ଉଚିତ୍। ଅଦାଲତ ଏମିତି ମଞ୍ଚ ନୁହେଁ ଯେଉଁଠି ଏହି ପ୍ରସଙ୍ଗର ସମାଧାନ ହେବ।

ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ମାମଲାକୁ ସେ ସରକାର ବନାମ ନ୍ୟାୟପାଲିକାର ପ୍ରସଙ୍ଗ କରିବାକୁ ଚାହାନ୍ତି ନାହିଁ। ଏହା ଏମିତି ଏକ ପ୍ରସଙ୍ଗ ଯେଉଁଥିରେ ଭାରତର ପ୍ରତ୍ୟେକ ନାଗରିକଙ୍କ ସହ ଜଡିତ। ଏହା ଲୋକଙ୍କ ଇଚ୍ଛାର ପ୍ରଶ୍ନ। ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠ ବିଷୟରେ ଉଲ୍ଲେଖ କରି ରିଜିଜୁ କହିଛନ୍ତି, ଯଦି ପାଞ୍ଚ ବୁଦ୍ଧିମାନ ବ୍ୟକ୍ତି କିଛି ଏମିତି ନିଷ୍ପତ୍ତି ଦେବେ, ଯାହା ସେମାନଙ୍କୁ ଉଚିତ୍ ଲାଗିବ, ତେବେ ମୁଁ ସେମାନଙ୍କ ବିରୋଧରେ କୌଣସି ପ୍ରକାରର ପ୍ରତିକୂଳ ଟିପ୍ପଣୀ କରି ପାରିବି ନାହିଁ। ଯଦି ଲୋକେ ସମଲିଙ୍ଗୀ ବିବାହ ସପକ୍ଷରେ ନାହାନ୍ତି ତେବେ ଆପଣ ସେମାନଙ୍କ ଉପରେ ଏହା ଥୋପି ପାରିବେ ନାହିଁ।

ସର୍ବୋଚ୍ଚ ନ୍ୟାୟାଳୟ ନିକଟରେ କିଛି ନିର୍ଦ୍ଦେଶ ଜାରି କରିବାର କ୍ଷମତା ରହିଛି। ଅନୁଚ୍ଛେଦ ୧୪୪ ଆଧାରରେ ଏହି ଆଇନ ପ୍ରସ୍ତୁତ କରି ପାରିବେ। ଯଦି ଲାଗୁଛି ଏଥିରେ କିଛି ଅଭାବ ରହୁଛି ତେବେ କିଛି ପ୍ରାବଧାନ ସହିତ ତିଆରି କରି ପାରିବେ ବୋଲି ରିଜିଜୁ କହିଛନ୍ତି। ଏହା ପୂର୍ବରୁ କେନ୍ଦ୍ର ସରକାର ଏହି ମାମଲା ସଂସଦ ଉପରେ ଛାଡି ଦେବା ଉଚିତ୍ ବୋଲି କହିଛନ୍ତି।