Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତେଜୁଛି କର୍ଣ୍ଣାଟକ ନିର୍ବାଚନ ତାତି; ସୋନିଆ ଗାନ୍ଧୀଙ୍କୁ ବିଷ କନ୍ୟା କହିଲେ ବିଜେପି ବିଧାୟକ; ଖଡଗେଙ୍କୁ ଦେଲେ ପାଲଟା ଜବାବ

ବେଙ୍ଗାଲୁରୁ: ତେଜୁଛି କର୍ଣ୍ଣାଟକ ନିର୍ବାଚନ ତାତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ବିରୋଧୀଙ୍କ ଭିତରେ ଦେଖିବାକୁ ମିଳୁଛି ହାଇ ଭୋଲଟେଜ ଡ୍ରାମା। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ‘ମୋଦୀଙ୍କୁ ବିଷଧର ସାପ’ ସହ ତୁଳନା କରି ବିବାଦ ଘେରକୁ ଆସିଥିବା ବେଳେ ଏବେ ବିଜେପି ତାର ପାଲଟା ଜବାବ ଦେଇଛି। ବିଜେପି ବିଧାୟକ ଯତନାଲ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ବିଷ କନ୍ୟା ବୋଲି କହି ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି।

ବର୍ତ୍ତମାନ କର୍ଣ୍ଣାଟକର ରାଜନୈତିକ ପରିବେଶ ବେଶ୍‌ ସର୍‌ଗରମ। ପରସ୍ପର ବିରୋଧରେ ଅଭିଯୋଗର ରେସ୍‌ ଚଲେଇଛନ୍ତି ଦୁଇ ବିରୋଧୀ ଦଳ। ଏହାପୂର୍ବରୁ ମୋଦୀଙ୍କୁ ‘ବିଷଧର ସାପ’ ସହ ତୁଳନା କରିଥିବାରୁ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ଅଭିଯୋଗ ଆଣିଥିଲା। ବର୍ତ୍ତମାନ କଂଗ୍ରେସ ବିଜେପି ଦେଇଥିବା ଏହି ବିବାଦୀୟ ବିବୃତ୍ତି ସମ୍ପର୍କରେ ଏଫ୍ଆଇଆର୍ ପଞ୍ଜିକରଣ ବିଷୟରେ କହିଛି।