Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତ୍ୟପାଲ ମଲିକଙ୍କ ଘରେ ସିବିଆଇ ଟିମ୍, ଜମ୍ମୁ-କାଶ୍ମୀରରେ ବୀମା ଦୁର୍ନୀତି ମାମଲାରେ କରିବ ପଚରା ଉଚୁରା

ନୂଆଦିଲ୍ଲୀ: କଥିତ ବୀମା ଦୁର୍ନୀତି ମାମଲାରେ ପଚରା ଉଚୁରା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଆଜି ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍ ମଲିକଙ୍କ ଘରେ ପହଞ୍ଚିଛି। ଏହି ଦୁର୍ନୀତି ମାମଲା ତେବେ ସାମ୍ନାକୁ ଆସିଲା ଯେବେ ମଲିକ ଏ ସଂପର୍କିତ ଫାଇଲ୍ ମଞ୍ଜୁରୀ ଦେବା ପାଇଁ ତାଙ୍କୁ ଲାଞ୍ଚ ଯଚା ଯାଇଥିବା ଟିପ୍ପଣୀ କରିଥିଲେ।

ସିବିଆଇ ଅଧିକାରୀଙ୍କ ଅନୁଯାୟୀ, ସିବିଆଇର ଏକ ଟିମ୍ ଦିଲ୍ଲୀର ଆରକେ ପୁରନ ଅଞ୍ଚଳରେ ମଲିକଙ୍କ ସୋମ ବିହାର ବାସଭବନରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟରେ ପହଞ୍ଚିଛି। ମଲିକ ଏହି ମାମଲାରେ ଅଦ୍ୟାବଧି ଅଭିଯୁକ୍ତ କିମ୍ବା ସନ୍ଦିଗ୍ଧ ନୁହନ୍ତି। ଉଲ୍ଲେଖନୀୟ ସାତ ମାସରେ ଦ୍ଵିତୀୟ ଥର ସିବିଆଇ ପୂର୍ବତନ ରାଜ୍ୟପାଳ ମଲିକଙ୍କୁ ପଚରା ଉଚୁରା କରିବ। ବିହାର, ଜମ୍ମୁ-କାଶ୍ମୀର, ଗୋଆ ଏବଂ ମେଘାଳୟରେ ରାଜ୍ୟପାଳ ପଦ ସମ୍ଭାଳିବା ପରେ ଗତ ବର୍ଷ ଅକ୍ଟୋବର ୭ରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।

ସିବିଆଇ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସାମୂହିକ ଚିକିତ୍ସା ବୀମା ଯୋଜନାର ଠିକା ପ୍ରଦାନ ଏବଂ ଜମ୍ମୁ-କାଶ୍ମୀରରେ କିରୁ ଜଳବିଦ୍ୟୁତ୍ ପ୍ରକଳ୍ପ ସଂପର୍କିତ ୨୨୦୦ କୋଟି ଟଙ୍କାର ନିର୍ମାଣରେ ଦୁର୍ନୀତି ହୋଇଥିବା ମଲିକଙ୍କ ଅଭିଯୋଗ ଉପରେ ଦୁଇଟି ଏଫଆଇଆର ରୁଜୁ କରିଥିଲା। ମଲିକ ଦାବି କରିଥିଲେ ଯେ, ୨୦୧୮ ଅଗଷ୍ଟ ୨୩ରୁ ୨୦୧୯ ମଧ୍ୟରେ ଦୁଇଟି ଫାଇଲ୍ ମଞ୍ଜୁରୀ ପାଇଁ ମୋତେ ୩୦୦ କୋଟି ଟଙ୍କା ଲାଞ୍ଚ ଯଚା ଯାଇଥିଲା।