Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିରେ ମିଶିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଖାସ୍ ଲୋକ, ଏହି କାରଣରୁ ବହିଷ୍କାର କରିଥିଲା ଜେଡିୟୁ

ନୂଆଦିଲ୍ଲୀ: ଜେଡିୟୁର ପୂର୍ବତନ ମୁଖପାତ୍ର ଡ. ଅଜୟ ଆଲୋକ ଶୁକ୍ରବାର ବିଜେପିରେ ଆନୁଷ୍ଠନିକ ଭାବେ ଯୋଗ ଦେଇଛନ୍ତି। ସେ ବିଜେପି କାର୍ଯ୍ୟାଳୟରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଉପସ୍ଥିତିରେ ପାର୍ଟି ସଦସ୍ୟତା ଗ୍ରହଣ କରିଛନ୍ତି। ଦିନ ଥିଲା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଖାସ୍ ଥିବା ଅଜୟ ଆଲୋକଙ୍କୁ ଜେଡିୟୁ ଗତ ବର୍ଷ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂଙ୍କ ସମର୍ଥନ କରିବା କାରଣରୁ ଦଳରୁ ବହିଷ୍କାର କରିଥିଲା। ଏହା ପରେ ଅଜୟଙ୍କୁ ନୀତିଶଙ୍କ ବିରୋଧରେ ଟିପ୍ପଣୀ କରୁଥିବା ଦେଖିବାକୁ ମିଳିଥିଲା। ଏବେ ସେ ବିଜେପିରେ ସାମିଲ୍ ହୋଇ ଯାଇଛନ୍ତି।

ବିଜେପିରେ ମିଶିବା ପରେ ଅଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିର ପ୍ରଶଂସା କରି କହିଛନ୍ତି, ଲାଗୁଛି ସେ ତାଙ୍କ ପରିବାରକୁ ଫେରି ଆସିଛନ୍ତି। ଜେଡିୟୁରୁ ବହିଷ୍କୃତ ହେବା ପରେ ସେ ଟୁଇଟରେ ଲଗାତାର ସକ୍ରିୟ ଥିଲେ। ସେ ବିଜେପି ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ସମର୍ଥନରେ ଅନେକ ଟୁଇଟ୍ କରିଥିଲେ।

ଅଜୟ କହିଛନ୍ତି, ନୀତିଶ କୁମାରଙ୍କୁ ବହୁତ ଲୋକ ପଲଟୁମାର କୁହନ୍ତି। ବାସ୍ତବରେ ତାହା ସତ୍ୟ। କେନ୍ଦ୍ର ମନ୍ତ୍ରୀ ଅଶ୍ଵିନ ବୈଷ୍ଣବ କହିଛନ୍ତି, ଅଜୟ ଆଲୋକ ତୀକ୍ଷ୍ଣ ବିଶ୍ଳେଷକ ଭାବେ ପରିଚିତ। ସେ ଦୀର୍ଘ ଦିନରୁ ଜଣେ ସକ୍ରିୟ ରାଜନେତା। ତାଙ୍କ ପାଇଁ ରାଷ୍ଟ୍ର ବିକାଶ ସର୍ବୋପରି ଏବଂ ବିଜେପି ଏମିତି ଲୋକଙ୍କ ସହିତ କାମ କରିବାକୁ ସର୍ବଦା ପ୍ରସ୍ତୁତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ