Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୋତା ପୋଛିବାର ଔକାତ ଥିବା ଲୋକ ଆଜି ସରକାରରେ ବସିଛନ୍ତି, ଉଦ୍ଧବଙ୍କ ଟିପ୍ପଣୀ ଉପରେ ଏମିତି ଜବାବ ଦେଲେ ସିନ୍ଦେ

ମୁମ୍ଵାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚରମରେ ପହଞ୍ଚି ଯାଇଛି। ନିକଟରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ କରିଛନ୍ତି ଉଦ୍ଧବ ଠାକରେ। ସେ କହିଛନ୍ତି ଜୋତା ପୋଛିବାକୁ ଔକାତ ଥିବା ଲୋକ ଆଜି ସରକାରରେ ବସିଛନ୍ତି। ଯେଉଁ ଢଙ୍ଗରେ ଆମ ସରକାର ଭଙ୍ଗ କରାଗଲା ଏହାର ପ୍ରତିଶୋଧ ନିଆଯିବ। ଚିଠି ଲେଖିବା ପରେ ମଧ୍ୟ ଅନେକ ପ୍ରକଳ୍ପକୁ ବର୍ତ୍ତମାନର ସରକାର ମଞ୍ଜୁରୀ ଦେଉ ନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଠାକରେଙ୍କ ଏହି ବୟାନ ଉପରେ ଜବାବ ଦେଇ କହିଛନ୍ତି, ଜୋତା ପଛୁଥିବା ଲୋକ ଗରିବ ହୋଇ ପାରନ୍ତି, ମାତ୍ର ସେମାନେ ତୁମଠୁ ଅଧିକ ସଚ୍ଚୋଟ। କାରଣ ସେମାନେ ନିଜ ପରିଶ୍ରମର ରୋଟି ଖାଆନ୍ତି। ସେ ବିଶ୍ଵାସଘାତକ ନୁହନ୍ତି। ରିକ୍ସାଚାଳକ, ଚୌକିଦାର ମଧ୍ୟ ସମାଜର ନେତୃତ୍ଵ ନେଇ ପାରନ୍ତି ବୋଲି ଏକନାଥ ସିନ୍ଦେ କହିଛନ୍ତି।

ସିନ୍ଦେ ଏହା ମଧ୍ୟ କହିଛନ୍ତି, ଆପଣଙ୍କ ମନରେ ପ୍ରତିଶୋଧର ଭାବନା ଏବଂ ହତ୍ୟାର ଭାବନା ରହିଛି। କିନ୍ତୁ ଆପଣଙ୍କ ସତ୍ୟର ସାମ୍ନା କରିବାର ସାହାସ ନାହିଁ। ଆମେ କୌଣସି ପ୍ରତିଶୋଧ ଚାହୁଁନୁ। ଆମର ଏକମାତ୍ର ଉଦ୍ଦେଶ୍ୟ ମହାରାଷ୍ଟ୍ରରେ ପରିବର୍ତ୍ତନ ଆସୁ। ଆମେ ରାଜ୍ୟବାସୀଙ୍କ ଜୀନବରେ ପରିବର୍ତ୍ତନ ଚାହୁଁ। ଆମର ସରକାର ଗରିବ ଏବଂ ଦିନ ମଜୁରିଆଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମରତ ଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜବାବ ଦେଇ କହିଛନ୍ତି।