Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁମ୍ମା ବ୍ଲକ ରେ ପୁଣି ଏକ ଦାଦନ ଶ୍ରମିକ ର ମୃତ୍ୟୁ

ଗୁମ୍ମା:୨୬/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମରେ ଏକ ଦାଦନ ଶ୍ରମିକ ର ମୃତ୍ୟୁ ହଇଛି। ସୂଚନା ଅନୁଯାଇ ଗାଇବା ଗ୍ରାମର ପ୍ରତିନିଧି ବେବାର୍ତ୍ତା ବୟସ 53 ଦୀର୍ଘ କିଛି ବର୍ଷ ହେଲା ନିଜ ପରିବାର କୁ ନେଇ ତାମିଲନାଡୁ ରାଜ୍ୟ ପାଳିକାରନି ଜିଲ୍ଲା ର ଚିଚିଲାପକମ ସହରରେ ଦାଦନ ଶ୍ରମିକ ଭାବେ ଲେବର କାମ କରିଆସୁଥିଲା । ପରିବାର ଭରଣ ପୋଷଣ ରେ ଅସକ୍ଷମ ଅନୁଭବ ହେଉଥିବା ଯୋଗୁଁ ବିଲଡିଙ୍ଗ ନିର୍ମାଣ କାମରେ ପରିବାର ସହ କାମ କରି ଆସୁଥିଲା ହଟାତ କିଛି ଦିନ ତଳେ ପ୍ରତିନିଧି ବେବାର୍ତ୍ତା ଅସୁସ୍ଥତା ହେବାରୁ ପରିବାର ଙ୍କୁ ଜଣାଇଲା ପରିବାର ଲୋକ ଏକ ପ୍ରାଇଭେଟ ମେଡିକାଲ ରେ ପ୍ରତିନିଧି ବେବାର୍ତ୍ତା ଙ୍କୁ ଚିକିତ୍ସିତ ପାଇଁ ଭର୍ତ୍ତି କରିଲେ କିନ୍ତୁ ଆଜି ତାଙ୍କୁ ଡ଼କ୍ଟର ମୃତ୍ୟୁ ଘସିତ କରିଛନ୍ତି ଗୁମ୍ମା ବ୍ଲକ ରେ ଏହି ଭଳି ଦାଦନ ଶ୍ରମିକ ମାନଙ୍କ ମୃତ୍ୟୁ ଘଟି ଚାଲୁଛି ନିଜ ଜନ୍ମ ମାଟିରେ ଖୁଲିମଞ୍ଜୁରୀ ବଞ୍ଚିବାର ଆଶା ବ୍ୟବସ୍ତା ନ ଥିବା ଜଗୁ ପେଟ ପୋଷଣ ପାଇଁ ବାହାର ରାଜ୍ୟକୁ ଖୁଲି ମଞ୍ଜୁରୀ କରିବାକୁ ଯାଇ ଏହି ଭଳି ସମସ୍ୟା ର ସମୁଖୀନ କରିବାକୁ ପଡ଼ୁଛି ।ଗୁମ୍ମା ବ୍ଲକ ର ଶ୍ରମିକ ମାନଙ୍କୁ ଯଦି ସରକାର ଏ ଉପରେ ଦୃଷ୍ଟି ଦେଲେ ଗରିବ ନିରୀହ ଗାଁ ଗହଳି ର ଜନସାଧାରଣ ଙ୍କ ମଙ୍ଗଳ ହେବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ